Site icon UTKAL PRATIDIN

ମନ୍ନତ ଖାଲି କରିବେ ଶାହାରୁଖ୍, ଭଡା ଘରକୁ ଯିବେ ପୁରା ପରିବାର

article-l-202512321111176271000

ନୂଆଦିଲ୍ଲୀ: କିଙ୍ଗ୍‌ ଖାନଙ୍କ ବିଶାପୂର୍ଣ୍ଣ ବଙ୍ଗଳା ମନ୍ନତ କୌଣସି ବଙ୍ଗଳା ଠାରୁ କମ୍ ନୁହେଁ । ମୁମ୍ବାଇରେ ସ୍ଥିତ ‘ମନ୍ନତ’ ଠାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ । ଶାହରୁଖଙ୍କ ଗୋଟିଏ ଝଲକ ପାଇବା ପାଇଁ ମନ୍ନତ ଆଗରେ ରୁଣ୍ଡ ହୋଇଥାନ୍ତି ଶାହରୁଖ ଫ୍ୟାନ୍ସ । ହେଲେ ଏବେ ମନ୍ନତ ଛାଡିବାର ନିଷ୍ପତ୍ତି ନେଇଛନ୍ତି ବଲିଉଡ ସୁପରଷ୍ଟାର । ଶାହାରୁଖ ପତ୍ନୀ ଗୌରୀ ଏବଂ ପିଲାମାନଙ୍କ ସହ ଭଡ଼ା ଘରେ ରହିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ବଲିଉଡ ବାଦଶାହ ଶାହରୁଖ ଖାନ ନିଜ ସ୍ବପ୍ନର ଘର ‘ମନ୍ନତ’ ଛାଡିବେ। ୨୦୦ କୋଟିର ଘର ଛାଡ଼ି ସେ ଏକ ଭଡ଼ା ଘରେ ରହିବେ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ, ଆସନ୍ତା ମେ ମାସରୁ ମନ୍ନତର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ତେବେ ଗ୍ରେଡ୍‌ ୩ ହେରିଟେଜ୍‌ ପ୍ରପର୍ଟି ହୋଇଥିବା ଯୋଗୁ ଘର ରିନୋଭେଶନ ଲାଗି କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଥିଲା।

ସେ ବାନ୍ଦ୍ରାସ୍ଥିତ ପାଲି ହିଲ୍‌କୁ ସ୍ଥାନାନ୍ତର ହେଉଥିବା ଜଣାପଡ଼ିଛି । ପତ୍ନୀ ଗୌରୀ, ପୁଅ ଆରୟନ-ଅବରାମ ଏବଂ ଝିଅ ସୁହାନାଙ୍କ ସହିତ ଏକ ବିଳାସପୂର୍ଣ୍ଣ ୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ରହିବେ। ପ୍ରଯୋଜକ ବାସୁ ଭଗନାନୀଙ୍କଠାରୁ ସେ ଏହି ଅପାର୍ଟମେଣ୍ଟକୁ ଭଡ଼ାରେ ନେଇଥିବା କୁହାଯାଉଛି। ଏଥିପାଇଁ ପ୍ରତିମାସରେ ଶାହରୁଖଙ୍କୁ ୨୪ ଲକ୍ଷ ଟଙ୍କା ଭଡ଼ା ବାବଦରେ ଦେବାକୁ ପଡ଼ିବ।

ବଲିଉଡ ବାଦଶାହ ଭାବେ ପରିଚିତ ଶାହରୁଖ ଖାନ ଗତ ୨୫ ବର୍ଷ ଧରି ନିଜ ସ୍ବପ୍ନର ଘର ‘ମନ୍ନତ’ ରେ ରହିଆସୁଛନ୍ତି। ‘ୟେସ ବସ୍’ଚଳଚ୍ଚିତ୍ରର ଶୁଟିଂ ସମୟରେ ସେ ଏହି ବଙ୍ଗଳାକୁ ପସନ୍ଦ କରିବା ସହିତ ତାହାକୁ କିଣିଥିଲେ। ବିଗତ ୨୫ ବର୍ଷ ଧରି ଶାହରୁଖ ଏହି ସ୍ବପ୍ନର ଘରେ ନିଜର ସବୁ ସୁଖଦୁଃଖକୁ ପରିବାର ସହ ଅଙ୍ଗେ ନିଭାଇ ଆସିଛନ୍ତି। ବର୍ତ୍ତମାନ ଶାହରୁଖ ମନ୍ନତକୁ ଖାଲି କରିବାକୁ ଯାଉଛନ୍ତି।

Exit mobile version