Site icon UTKAL PRATIDIN

ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଲେ ଶାହ, ନଡ଼୍ଡା: ଧନ୍ୟବାଦ ଜଣାଇଲେ ମୋଦୀ

image-14

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ। ତେବେ ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଲେ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ ଶାହ ଏକ ପୋଷ୍ଟରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ସେବା କରିବାର ସୁଯୋଗ ମିଳିଛି। ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।

ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟ କରିବୁ। ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟକୁ ପ୍ରୋତ୍ସାହିତ ପାଇଁ ଉତ୍ସର୍ଗୀକୃତ। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ଏହି ବିଜୟ ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବ। ମୁଁ ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ସାହିତ୍ୟକୁ ପ୍ରୋତ୍ସାହିତ କରି ବିଜେପି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ।

ସେହିପରି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା ଅଜାଡ଼ି ପକାଇଲେ ସଭାପତି ଜେପି ନଡ୍ଡା। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସେ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖଇଛନ୍ତି, ଦଳର ନୀତି ଆଦର୍ଶ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିଲେ। କଠିନ ପରିଶ୍ରମ ପାଇଁ ସଫଳତା ମିଳିଲା। ଆମ ଦଳ ଉପରେ ବିଶ୍ୱାସ ଓ ଭରସା ଦେଖାଇଥିବାରୁ ଭାରତୀୟ ଜନତା ପାର୍ଟି ତରଫରୁ କୃତଜ୍ଞତା ଜ୍ଞାପନ କରୁଛି। ଏହି ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଯୁକ୍ତ ମାର୍ଗଦର୍ଶନରେ ଓଡ଼ିଶାର ବିକାଶର ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ରାଜ୍ୟ ସଭାପତି ମନମୋହନ ସାମଲଜୀଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ପ୍ରତିବଦ୍ଧତା ମୋଦୀଜୀଙ୍କ ଦର୍ଶନ ଏବଂ ଦଳର ଆଦର୍ଶକୁ ପ୍ରତି ଘରେ ପହଞ୍ଚାଇବ । ଏହି ନିର୍ଣ୍ଣାୟକ ବିଜୟକୁ ସୁରକ୍ଷିତ କରିବା ନିମନ୍ତେ ଆପଣଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Exit mobile version