ବେଙ୍ଗାଲୁରୁ: ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । କର୍ଣ୍ଣାଟକ ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT । ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।
ଡାକ୍ତରୀ ମାଇନା ପରେ ପ୍ରଜ୍ବଳଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । ଏସଆଇଟି ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଂଚ କରାଯିବ । ଜର୍ମାନୀରୁ ଭାରତ ଫେରିବା ପୂର୍ବରୁ ପ୍ରଜୱଲ ରେଭନ୍ନା କର୍ଣ୍ଣାଟକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏହି ଆବେଦନକୁ ନେଇ ତାଙ୍କ ମା’ କୋର୍ଟରେ ପହଂଚିଥିଲେ ମଧ୍ୟ ଆବେଦନ ଖାରଜ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ନେଇ ପ୍ରଜ୍ବଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। କେବଳ ବଳାତ୍କାର ନୁହେଁ, ତାଙ୍କ ଯୌନ ନିର୍ଯାତନାରେ ଶିକାର ମହିଳାଙ୍କୁ ସେ ବ୍ଲାକମେଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି।