ଗତ କିଛି ଦିନ ହେବ ଭିଜିଲାନ୍ସ ପଞ୍ଝରେ ମାଳ ମାଳ ସରକାରୀ ଅଫିସର ଧରା ପଡ଼ୁଛନ୍ତି।ଅନେକ ସରକାରୀ ବାବୁ ଭିଲାନ୍ସ ଜାଲରେ ପଡିଥିବା ବେଳେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହୋଇଛନ୍ତି ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ।
ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ ହୋଇଛି ।ସୂଚନା ମୁତାବକ ରମେଶଙ୍କ ଭୁବନେଶ୍ୱର ପୁରୀ ସମେତ ବିଭିନ୍ନ ସ୍ଥାନରେ ଥିବା ଘରେ ରେଡ କରିଛି ଭିଜିଲାନ୍ସ ବିଭାଗ ।ଏହି ଚଢ଼ାଉରେ ୮ଜଣ ଡ଼ିଏସ୍ପି,୩ଜଣ ଇନିସ୍ପେକ୍ଟର,୧୦ଜଣ ଏଏସଆଇ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।