Site icon UTKAL PRATIDIN

ବେଆଇନ କଫ ସିରପ ଜବତ, କଟକରେ ରାତି ଅଧିଆ ଚଢ଼ାଉ

WhatsApp-Image-2024-11-07-at-08.24.54-750x430

କଟକରେ ଥିବା ଏକ ମେଡିସିନ୍‌ ଫାର୍ମରୁ ଜବତ ହେଲା ପୁୁଳା ପୁଳା ବେଆଇନ୍‌ କଫ ସିରପ୍ । ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ରାତି ଅଧିଆ ଚଢ଼ାଉ। ପୁଳା ପୁଳା ବେଆଇନ୍‌ କଫ ସିରପ୍‌ ଜବତ କଲା ଟିମ୍ ।ବୁଧବାର ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଫାର୍ମରୁ ୩୨ ପ୍ରକାରର ବେଆଇନ୍ ଔଷଧ ସହ ବିପୁଳ ପରିମାଣର କଫ୍ ସିରପ ଜବତ୍ ହୋଇଛି। ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି।

Exit mobile version