ବିଶ୍ୱକପ୍ ୨୦୨୩ରେ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ଭାରତର ପୂର୍ବତନ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ ଦେଇଛନ୍ତି ଭବିଷ୍ୟବାଣୀ l ବିରାଟ କୋହଲି ଏବେ ୨୦୨୩ରେ ତାଙ୍କର ୪ର୍ଥ ବିଶ୍ୱକପ୍ ଖେଳିବେ l ତେଣୁ ଏଥର ବିଶ୍ୱକପରେ କୋହଲି ଏକାଧିକ ଶତକ ମାରିବା ସହିତ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ପାଲଟିବେ ବୋଲି ସେହ୍ବାଗ ଭବିଷ୍ୟବାଣୀ କରିଛନ୍ତି l
ଏଥର ୨୦୨୩ ବିଶ୍ୱକପ କୋହଲିଙ୍କ ପାଇଁ ୪ର୍ଥ ବିଶ୍ୱକପ ହେବ l ୨୦୧୧,୨୦୧୫ ଏବଂ ୨୦୧୯ ପରେ ଏବେ ୨୦୨୩ରେ କୋହଲି ନିଜର ୪ର୍ଥ ବିଶ୍ୱକପ୍ ଖେଳିବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ୨୦୧୯ରେ କୋହଲି ୪୪୩ ରନ୍ କରିବା ସହ ୫ ଅର୍ଦ୍ଧଶତକ କରିଥିଲେ । ହେଲେ ଏଥର ସେ ଆହୁରି ସହାମତ୍କାର ପ୍ରଦର୍ଶନ କରିବା ସହ ଏକାଧିକ ଶତକ ମାରିବେ ଏବଂ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ହେବେ ବୋଲି ସେହ୍ବାଗ ମତ ଦେଇଛନ୍ତି ।
ଏହାଛଡା ବିରାଟ କୋହଲି ଏବଂ ରୋହିତ ଶର୍ମା ବିଶ୍ୱକପ ଜିତିବାର ହକ୍ଦାର ବୋଲି ସେହ୍ବାଗ କହିଛନ୍ତି । କେବଳ ସେତିକି କାହିଁକି ସେ ଆହୁରି ମଧ୍ୟ କହିଛନ୍ତି କି ଭାରତ ଏଥର ୨୦୨୩ ବିଶ୍ୱକପ୍ ଜିତୁ ଏବଂ ଟ୍ରଫି ସହ କୋହଲିଙ୍କୁ ଉଠାଇ ମଇଦାନରେ ଚକ୍କର ଲଗାଯାଉ ଯେପରି ସଚିନ ତେନ୍ଦୁଲକରଙ୍କ ସମୟରେ ହୋଇଥିଲା ।

