ଭଦ୍ରକରେ ସୋସିଆଲ ମେଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।ସମସ୍ତ ସୋସିଆଲ ମେଡିଆ ସହ ବ୍ରୋଡ଼ବ୍ୟାଣ୍ଡ ସେବା ମଧ୍ୟ ବନ୍ଦ ରହିଛି। ଭଦ୍ରକରେ ପୁଣି ଶାନ୍ତି ଫେରାଇ ଆଣିବାକୁ ଭଦ୍ରକ ପ୍ରଶାସନ ପକ୍ଷରୁ ଏପରି ଉଦ୍ୟମ କରାଯାଇଛି ।
ହ୍ବାଟ୍ସଆପ୍, ଫେସ୍ବୁକ୍, ଏକ୍ସ, ସ୍ନାପଚାଟ୍ ପରି ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି ହୋଇଛି।ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପାଇଁ ଏପରି ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

