Site icon UTKAL PRATIDIN

ଏହି ମନ୍ଦିରରେ ଅଖଣ୍ଡ ଜ୍ୟୋତି ଜଳାଇଥିଲେ ମୋଗଲ ସମ୍ରାଟ ଔରଙ୍ଗଜେବ

Capture

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଔରଙ୍ଗଜେବ କବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଔରଙ୍ଗଜେବଙ୍କୁ ତାଙ୍କ ଶେଷ ଇଚ୍ଛା ଅନୁସାରେ କବର ଦିଆଯାଇଥିଲା। କବର ଚାରିପାଖରେ ଏକ ଧଳା ଚାଦର ଘୋଡ଼ାଇ ରଖାଯାଇଛି। ତେବେ ଇତିହାସକୁ ପଢ଼ିଲେ ଜଣା ପଡେ ଯେ ହିନ୍ଦୁ ମନ୍ଦିରକୁ ଭାଙ୍ଗିବାରେ ଔରଙ୍ଗଜେବଙ୍କର ରହିଛି ପ୍ରମୁଖ ଭୂମିକା। ସାରା ଦେଶରେ ହଜାର ହଜାର ମନ୍ଦିରକୁ ସେ ଧ୍ୱସ୍ତ କରିଥିଲା । ସେଥିମଧ୍ୟରୁ ରାଜସ୍ଥାନ ମଧ୍ୟ ବାଦ୍‌ ପଡ଼ିନି । କିନ୍ତୁ ଏଠାରେ ମାଆଙ୍କର ଏପରି ଏକ ମନ୍ଦିର ରହିଛି ଯେଉଁଠି ଔରଙ୍ଗଜେବଙ୍କର ସାହାସ ପାଇନଥିଲା। ରାଜସ୍ଥାନର ଜିନ ମାତା ମନ୍ଦିର। ଯାହାକି ସବୁବେଳେ ରହିଥାଏ ଚର୍ଚ୍ଚା ଘେରରେ।

ଭାରତରେ ହଜାର ହଜାର ମନ୍ଦିର ରହିଛି । ଆସ୍ଥା ଓ ବିଶ୍ୱାସର ଦେଶ ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହା ଅତ୍ୟନ୍ତ ରହସ୍ୟମୟ। ଏହି ମନ୍ଦିରଗୁଡ଼ିକରେ ଏପରି ଅନେକ ଜିନିଷ ଅଛି ଯାହା ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ । କେତେକ ମନ୍ଦିର ଏହାର ଗଠନ ପାଇଁ ପ୍ରସିଦ୍ଧ, କେତେକ କାହାଣୀ ପାଇଁ ପ୍ରସିଦ୍ଧ । ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଜିନମାତା ମନ୍ଦିର ବହୁତ ପ୍ରସିଦ୍ଧ। କୁହାଯାଏ ଯେ ଏହି ମନ୍ଦିରରେ ଔରଙ୍ଗଜେବଙ୍କୁ ନତମସ୍ତକ ହେବାକୁ ପଡ଼ିଥିଲା। ମନ୍ଦିରର ଚମତ୍କାରିତା କୁ ନେଇ ସେ ଏତେ ପ୍ରଭାବିତ ହୋଇଥିଲେ ଯେ ତାକୁ ଭାଙ୍ଗିବାକୁ ସାହାସ କରିନଥିଲେ। ଏମିତିରେ ସେ ପ୍ରଥମେ ମନ୍ଦିରରେ ଅଖଣ୍ଡ ଜ୍ୟୋତି ଲଗାଇବା ଆରମ୍ଭ କରିଥିଲା। ଆଉ ଦିଲ୍ଲୀ ଦରବାରରୁ ତେଲ ପଠାଇବା ଆରମ୍ଭ କଲେ। ଜିନମାତା ମନ୍ଦିରରେ ସେବେଠାରୁ ଏହି ଅଖଣ୍ଡ ଜ୍ୟୋତି ଜଳି ଆସୁଛି।

ସୂଚନା ଅନୁସାରେ, ଯେତେବେଳେ ଔରଙ୍ଗଜେବଙ୍କ ସେନା ଉତ୍ତର ଭାରତର ମନ୍ଦିର ଉପରେ ଆକ୍ରମଣ କରୁଥିଲେ ସେତେବେଳେ ଜିନ ମାତାଙ୍କ ମନ୍ଦିରକୁ ମଧ୍ୟ ଆକ୍ରମଣ କରିବାକୁ ଚାହୁଁଥିଲା। ମୁଗଲ ଆକ୍ରମଣରୁ ବଞ୍ଚିବା ପାଇଁ ଗ୍ରାମ ବାସୀ ତଥା ମନ୍ଦିର ପୂଜାରୀ ମାଆଙ୍କ ପାଖରେ ଗୁହାରୀ ଲଗାଇଲେ। ଯାହାପରେ ମୁଗଲ ସେନାଙ୍କ ଉପରେ ଭଅଁର ଆକ୍ରମଣ କରିଥିଲା। ଏହାକୁୂ ଦେଖି ମୁଗଲ ସେନା ଡରିଯାଇଥିଲେ। ଏହି ଖବର ଯେତେବେଳେ ମୁଗଲ ସମ୍ରାଟଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେ ଆଶ୍‌ୁର୍ଯ୍ୟ ହୋଇଗଲେ। ପରେ ମାତାଙ୍କ ଚମତ୍କାର ସମ୍ପର୍କରେ ଜାଣିପାରିଲେ। ପରେ ନିଜ ଭୁଲ ମାନି ମାତାଙ୍କ ମନ୍ଦିରରେ ଅଖଣ୍ଡ ଜ୍ୟୋତି ଜଳାଇବା ପାଇଁ ସଂକଳ୍ପ ନେଲେ। ତେବେ ଦର୍ଶକବନ୍ଧୁ ଜିନମାତା ଙ୍କ ମନ୍ଦିର ପ୍ରସିଦ୍ଧ ତୀର୍ଥନଗରୀ ଖାଟୁ ଶ୍ୟାମଜି ଠୁ ୨୬ କିଲୋମିଟର ଦୂର ରେ ସ୍ଥାପିତ ହୋଇଛି। ଜୟପୁରରୁ ୩୦ କିଲୋମିଟର ଦୁରରେ ଏହି ମନ୍ଦିରଟି ରହିଛି। ଏଠାରେ ଚୈତ୍ର ନବରାତ୍ର ମେଳା ର ବଡ଼ ଆୟୋଜନ ହୋଇଥାଏ। ଏହି ସମୟରେ ଅନେକ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଖଟୁ ଶ୍ୟାମଜି ଙ୍କ ଫାଲଗୁନ ମାସରେ ମାସିକ ମେଳା ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।

Exit mobile version