Site icon UTKAL PRATIDIN

ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ,୩୮ ଆସନ ପାଇଁ ମତଦାନ ଜାରି

voting-in-chatra

୩୮ ବିଧାନସଭା ଆସନରେ ୨୦ ତାରିଖରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେଉଛି ।ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଆଜି ଭୋଟ ଗ୍ରହଣ ଚାଲିଛି।

ଉଭୟ ରାଜ୍ୟର ନିର୍ବାଚନ ଫଳ ନଭେମ୍ବର ୨୩ ତାରିଖରେ ଆସିବ।ସେହିପରି ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍‌ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଗତ ୧୩ ତାରିଖରେ ୪୩ ଆସନରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏହା ସହ ମୋଟ୍‌ ୪,୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨,୦୮୬ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି।

Exit mobile version