ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମାତିଛି ସ୍କ୍ରବ ଟାଇଫସ । ଚିଗର ନାମକ ଏକ କୀଟ କାମୁଡ଼ିଲେ ହେଉଛି ଭୟଙ୍କର ରୋଗ । ଡେଙ୍ଗୁ ଓ ମ୍ୟାଲେରିଆ ପରେ ଗଲା କିଛି ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ଏ ସ୍କ୍ରବ୍ ଟାଇଫସ ସଂକ୍ରମଣ । ତେବେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା। ଯାହାର ନାମ ଏଚାର ବୋଲି କୁହାଯାଏ । ଚାଷୀ, ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି । ଏହାର ଲକ୍ଷଣ, ଜ୍ବର ଲାଗି ରହିବ । ଏହି କୀଟ ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ ।

ଚିହ୍ନଟ ହେଲେ ଏହାର ଚିକିତ୍ସା ସହଜ ହେବ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର DPHL ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ସାଧାରଣ ଆଣ୍ଟିବାୟୋଟିକ୍ କାମ ଦେବ l ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଥିବା ବେଳେ । ସର୍ବାଧିକ କେସ୍ କେନ୍ଦୁଝରରୁ ଆସୁଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଥ୍ୟ କହୁଛି, ବରଗଡ଼ ଜିଲ୍ଲାର ଅତାବିରା, ଭେଡେନ୍, ବରପାଲି ବ୍ଳକ୍ ରୁ ଜଣେ ଲେଖାଏଁ ଏବଂ ସୋହେଲା ବ୍ଲକରୁ ୨ ଜଣ ଆକ୍ରାନ୍ତ ଏଥିରେ ମୃତ୍ୟୁ ହେଲାଣି ।
ଗୋଟିଏ ପଟେ ଡେଙ୍ଗୁ ଡର ରାଜ୍ୟବାସୀଙ୍କ ମନରୁ ହଟି ନଥିବା ବେଳେ ଅନ୍ୟପଟେ ସ୍କ୍ରବ ଟାଇଫସ ଆତଙ୍କ ଲୋଙ୍କୁ ଛାନିଆ କଲାଣି । ଏପଟେ ଜିଲ୍ଲାରେ ଏ ସଂକ୍ରମଣର ବ୍ୟାପୁଥିବା ନଜରକୁ ଆସିବା ପରେ ରୋଗ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ନିୟମିତ ଟେଷ୍ଟିଂ ପ୍ରକ୍ରିୟା। ଗତ ଅଗଷ୍ଟରେ ଜିଲ୍ଲାରେ ମୋଟ ୧୬୮ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲେ ବି କାହାରି ରିପୋର୍ଟ ପଜିଟିଭ୍ ଆସିନଥିଲା। ହେଲେ ସେପଟେମ୍ବରରେ ହୋଇଥିବା ୧୪୨ ନମୁନାରୁ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ଏହା ଚିନ୍ତା ବଢାଇଛି।