ବାହାନଗା ବଗି ତଳେ ରହିଛି କି ମୃତଦେହ? ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଆହୁରି ବଗି ତଳେ ରହିଛି ମୃତଦେହ । ଦାବି ପରେ ବି ଯାଞ୍ଚ ହେଉନି । ଦୁର୍ଗନ୍ଧ ବାହାରୁଥିବା କହିଲେ ସ୍ଥାନୀୟ ଲୋକେ । ବାଲେଶ୍ୱର ବାହାନଗା ଟ୍ରାଜେଡିର ମୃତ୍ୟୁ ସଂଖ୍ୟା କେତେ? ସତ ଲୁଚାଯାଉଛି କି? ମୃତ୍ୟୁ ସଂଖ୍ୟାକୁ ନେଇ ରହୁନି ତାଳମେଳ । ସରକାରୀ ତଥ୍ୟ ଅନୁସାରେ ୨୮୮ । ହେଲେ ପ୍ରତ୍ୟେକ୍ଷଦର୍ଶୀଙ୍କ ଅଭିଯୋଗ ମୃତ୍ୟୁସଂଖ୍ୟା ହଜାରେରୁ ଅଧିକ ।
ଅନେକ ଲୋକ ଏବେ ବି ତାଙ୍କ ସଂପର୍କୀୟଙ୍କୁ ପାଉନାହାନ୍ତି । ଚାରିଆଡୁ ଆସୁଛି ଏଭଳି ମାଳ ମାଳ ଅଭିଯୋଗ । ଏମିତିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କର ୩୧ଜଣ ଲୋକଙ୍କ ପତ୍ତା ମିଳୁନଥିବା କହୁଛନ୍ତି । ଏଭଳି ପରିସ୍ଥିତିରେ । ସ୍ଥାନୀୟ ଲୋକ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ସତ ନୁହେଁ ତ? ଯଦି ସେଠାରେ ଦୁର୍ଗନ୍ଧ ବାହାରୁଛି । ତେବେ ବଗି ତଳେ ମୃତଦେହ ନାହିଁ ତ?
ସେପଟେ ପ୍ରତ୍ୟେକ୍ଷଦର୍ଶୀମାନେ ମଧ୍ୟ କହୁଛନ୍ତି କୁଢ କୁଢ ମୃତଦେହ ଟାଟା ଏସି ଗାଡି ଗୁଡିକରେ ନିଆଗଲା । ବଗି ଭିତରୁ ହଜାର ହଜାର ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଗଲା କୁଆଡେ । କିଏ କହୁଛି ସତ?
ସ୍ଥାନୀୟ ଲୋକେ ନା ପ୍ରତ୍ୟେକ୍ଷଦର୍ଶୀ ନା ସରକାର । ଲୁଚା ଯାଉନି ତ ମୃତ୍ୟୁ ସଂଖ୍ୟା?