ବାୟୁ ପ୍ରଦୂଷଣ ଦିଲ୍ଲୀରେ ଚିନ୍ତା ବଢ଼ାଉଛି ।ସକାଳୁ ସକାଳୁ ଦିଲ୍ଲୀ ଆକାଶରେ ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି ।ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୫୦୦ ଟପିଛି। ବାୟୁର ମାନ ନିମ୍ନମାନରେ ପହଁଞ୍ଚିଛି।ମୁକାବିଲା ପାଇଁ ଜିଆର୍ଏପି-୪ କଟକଣା ଲାଗୁ ହୋଇଛି। ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରହିଛି। ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ୟୁନିର୍ଭସିଟିରେ ଅନ୍ଲାଇନ୍ରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍ଲାଇନ୍ କ୍ଲାସ କରିବେ।