Site icon UTKAL PRATIDIN

ବଡ ଖବର, ମେ’୬ରୁ ରାଜ୍ୟରେ ଖରାଛୁଟି

web 4

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ’୬ରୁ ରାଜ୍ୟରେ ଖରାଛୁଟି । ମେ ୬ରୁ ଜୁନ୍ ୧୭ ଯାଏଁ ଖରାଛୁଟି ରହିଛି । ତେବେ ପ୍ରକାଶ ପାଇଛି ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡର। ଓସେପା ବା (ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା) ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । ଏଥର ମେ ୬ରୁ ଜୁନ୍ ୧୭ ଯାଏଁ ଖରାଛୁଟି ରହିଛି। ଏହି ସମୟରେ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ।

ତେବେ ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମଇରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ ଲେଖାଏଁ କାର୍ଯ୍ୟ ଦିବସ ରହିଛି । ସେହିପରି ସେପ୍ଟେମ୍ବରରେ ୨୩, ଅକ୍ଟୋବରରେ ୨୦, ନଭେମ୍ବରରେ ୨୧, ଡିସେମ୍ବରରେ ୧୮, ଜାନୁଆରୀରେ ୨୩, ଫେବୃଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି।  ଶିକ୍ଷାବର୍ଷର ଏହି କ୍ୟାଲେଣ୍ଡରକୁ ବିଦ୍ୟାଳୟ ଗୁଡ଼ିକରେ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍କୁଲରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ କରାଯାଇଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/ ୧୪୪୧୭ ଦିଆଯାଇଛି।

 ୨୦୨୫ ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍‌-୧, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମ୍ମେଟିଭ୍‌-୧, ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍‌-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍‌-୨ ପାଇଁ ଧାର୍ଯ୍ୟ କରାଯାଇଛି। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପାଠ ପଢ଼ାର ରିଭିଜନ୍ କରିବେ ଛାତ୍ରଛାତ୍ରୀ। ଅନ୍ୟପଟେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଖରା ଛୁଟି କରାଯିବ । ତେବେ ଏହି କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଏପଟେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଆସେସମେଣ୍ଟ ରହିଛି। ତେବେ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୨୦୨୬ ମସିହା ଫେବୃଆରୀ ମାସରେ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ ।

Exit mobile version