
ସାତକୋଶିଆ ଅଭୟାରଣ୍ୟକୁ ଖୁବ ଶୀଘ୍ର ଆସିବେ ମହାବଳ ବାଘ ।ପାଞ୍ଚ ବର୍ଷରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ ।୨୦୦୭ ମସିହାରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବା ବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି ।
ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ବୋଲି କହିଛନ୍ତି ପିସିସିଏଫ ।ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଭ୍ୟାନ।ସାତକୋଶିଆର କୋର ଏରିଆ ଏବେ ଖାଲି ହୋଇଗଲାଣି ।
ଅଭୟାରଣ୍ୟର ଅନ୍ୟ ଅଞ୍ଚଳରୁ ଲୋକ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେଲେ ଯାଇ ପ୍ରକଳ୍ପ ଆରମ୍ଭ ହୋଇପାରିବ । ଏଥିପାଇଁ ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧିଙ୍କ ସହାୟତା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ।