
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ଆଜି ଗିରଫ କରିଛି ମାଥିଲି ଥାନା ପୁଲିସ ।ପାଣ୍ଡିଆନଙ୍କ ସଲ ପରିଚୟ ଦେଇ ଚାକିରୀ କରେଇଦେବା ନାଁ ରେ ଲୋକଙ୍କଠାରୁ ଲକ୍ଷ ଲଷା ଟଙ୍କା ଠକିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।୩ଦିନ ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ।ଏହାର ୩ଦିନ ତଳେ ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ସସ୍ମିତାଙ୍କୁ ବିଜେଡି ଦଳରୁ ବହିଷ୍କାର ହୋଇଥିଲେ।ଏହି ମାମଲାରେ ପୂର୍ବରୁ ରମେଶ ଚନ୍ଦ୍ର ରାଉତଙ୍କୁ ଗିରଫ କରାଯାଇଥିଲା ।