
କୋଲକାତା ଗଣଦୁଷ୍କର୍ମ ମାମଲାକୁ ସାରା ଦେଶରେ ଆନ୍ଦୋଳନ ତୀବ୍ର ରୂପ ନେଇଥିବା ବେଳେ ପ୍ରତିଦିନ ଏହି ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ଆଜି ସିବିଆଇ ରେଡ କରିଛି ।ଏକକାଳୀନ ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି।କୋଲକାତାର ଦୁର୍ନୀତି ଅଭିଯୋଗରେ ଏହି ଚଢ଼ାଉ କରିଛି ସିବିଆଇ ।
ମେଡିକାଲ କଲେଜରେ ଟଙ୍କା ହେରଫେର ଅଭିଯୋଗରେ ଗତକାଲି ସନ୍ଦୀପ ଘୋଷ ବିରୋଧରେ ଆଣ୍ଟି କରନପସନ୍ ୱିଙ୍ଗ ମାମଲା ଦାୟର କରିଥିଲା। ଏହାପରେ ତାଙ୍କ ଗିରଫ ସମ୍ଭାବନା ବୃଦ୍ଧି ପାଇଛି ।ଅନ୍ୟପଟେ ଆଜି ସଞ୍ଜୟଙ୍କ ପଲିଗ୍ରାଫ୍ ଅର୍ଥାତ ଲାଇ ଡିଟେକସନ୍ ଟେଷ୍ଟ ହୋଇପାରେ। ଯେଉଁଥିପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।ପୂର୍ବତନ ଅଧକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କ ବି ପଲିଗ୍ରାଫ୍ ଟେଷ୍ଟ ହେବ।