
ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜେଲରେ ଶୋଇଥିବା ସମୟରେ ଅଚାନକ ଚଢ଼ାଉ କରାଯାଇଥିଲା ।ଚଢ଼ାଉବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି। ଦିନ ସମୟରେ ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି। ଚଢ଼ାଉ ବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି।ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଥିବାବେଳେ, ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି।ପ୍ରାୟ ୩ ଘଣ୍ଟା ଚଢ଼ାଉ ହୋଇ ସକାଳ ସାଢ଼େ ୬ଟା ବେଳେ ଶେଷ ହୋଇଛି ।