Site icon UTKAL PRATIDIN

ରାଜନୀତିକୁ ଓଲ୍ହାଇବେ ସାମନ୍ଥା

9

ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ସିନେମାର ଗ୍ଲାମରର୍ସ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ଦମ୍‌ଦାର ଅଭିନୟ ପାଇଁ ବେଶ ଲୋକପ୍ରିୟତା ସାଉଁଟିଛନ୍ତି। ସାମନ୍ଥା ଉଭୟ ରିଲ ଓ ରିଅଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ନିକଟରେ ତାଙ୍କୁ  ନେଇ ଏକ ଖବର ଚର୍ଚ୍ଚା ଜୋର ଧରିଛି। ଏହି ଖବରଟି ହେଉଛି କି ସାମନ୍ଥା ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି।ସାମନ୍ଥା ସବୁବେଳେ ତେଲେଙ୍ଗାନା କୃଷକମାନଙ୍କ ଅଧିକାର ଲାଗି ସ୍ବର ଉଠାଇ ଆସିଛନ୍ତି।

ସେହିଭଳି ତନ୍ତୀ ସମାଜକୁ ଆଗକୁ ବଢ଼ାଇବା ଲାଗି ସେ ପ୍ରୟାସ ଜାରି ରଖିଛନ୍ତି। ଏସବୁ ସେ ରାଜନୀତିରେ ଯୋଗ ଦେବା ଲାଗି କରୁଥିବା ନେଇ ଚର୍ଚ୍ଚା ହେଉଛି।ପ୍ରକାଶିତ ଏକ ରିପୋର୍ଟ ମୁତାବକ, ସାମନ୍ଥା କଥିତ ଭାବେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ନାମକ ଏକ ରାଜନୈତିକ ଦଳର ପ୍ରଚାର ଅଭିଯାନରେ ସାମିଲ ହେବାକୁ ବିଚାର କରୁଛନ୍ତି। ତେବେ ସାମନ୍ଥା ଏ ବିଷୟରେ ଅଧିକାରିକ ଭାବେ କୌଣସି ବୟାନ ଜାରି କରି ନାହାନ୍ତି।ସାମନ୍ଥା ନିଜର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସିନେମାଜଗତରୁ କିଛିଦିନର ବ୍ରେକ୍‌ ନେଇଛନ୍ତି। ଏଣୁ ସେ କେବେ ଫେରିବେ ତାହା ସ୍ପଷ୍ଟ ହୋଇ ନାହିଁ।

ଏଭଳି ପରିସ୍ଥିତିରେ କୁହାଯାଉଛି କି ସାମନ୍ଥା ଅଭିନୟକୁ ଗୁଡ଼ ବାଏ କହି ରାଜନୀତିରେ  ଖୁବଶୀଘ୍ର ପ୍ରବେଶ କରିପାରନ୍ତି।ସମନ୍ଥାଙ୍କ ସିନେମା କଥା କହିବାକୁ ଗଲେ  ରୁଥ୍ ପ୍ରଭୁ ଏବଂ ବିଜୟ ଦେବରାକୋଣ୍ଡାଙ୍କ ରୋମାଣ୍ଟିକ ଫିଲ୍ମ ‘କୁସି’ ସେପ୍ଟେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି । ବଡ଼ ପରଦାରେ ଏହି ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହିତ ଥିଲେ  । ଫିଲ୍ମଟି ପ୍ରଶଂସକଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ସାଉଁଟୁଛି । ପରଦାରେ  ବିଜୟ ଏବଂ ସମନ୍ଥାଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ  ଦେଖିବାକୁ ମିଳୁଛି।

Exit mobile version