
ଚଳିତବର୍ଷ ମଣଦା ଓଡିଶା ବନାଞ୍ଚଳ ପ୍ରକଳ୍ପ-୨ ଦ୍ୱାରା ପ୍ରଥମ ଖଲିଦନା ସ୍ୱୟଂ ସହାୟିକାଙ୍କ ଗୋଷ୍ଠୀଙ୍କ ଦ୍ୱାରା ବିକ୍ରୟ ଆରମ୍ଭ ହୋଇଛି l ଶିମିଳିପାଳ ପାଦଦେଶରେ ଥିବା “ବଡଶିଆଳିନଈ-A” ବନ ସୁରକ୍ଷା ସୀମିତର ମା ଯଶୋଦା ସୟଂ ସହାୟତା ଗୋଷ୍ଠିର ଶାଳପତ୍ର ଦନା ପ୍ରସ୍ତୁତି ଓ ବିକ୍ରି ଜୀବନ ଜୀବିକାରେ ଉର୍ନତି ଆଣିପାରିଛନ୍ତି l କାରଣ ଏହି ବନ ସୁରକ୍ଷା ସମିତିର ପ୍ରୟାସ ଦ୍ୱାରା ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ-୨, ଆବର୍ତ୍ତନ ପାଣ୍ଠି ସହାୟତାରେ 30,000 ଟଙ୍କା ନେଇ ଶାଳପତ୍ର ଦୁନା ପ୍ରସ୍ତୁତି ଓ ବିକ୍ରି ଆରମ୍ଭ କରିପାରିଛନ୍ତି l
ମା’ ଯଶୋଦା SHG ର ସଭାପତି ରାଇମାତ ମାଝୀ ଓ ସମ୍ପାଦିକା ସୁକାନ୍ତି ମାଝୀଙ୍କର ଆଗ୍ରହ ସକାଶେ ମଣଦା ବନାଞ୍ଚଳରୁ ଶାଳପତ୍ର ଖଲି ଓ ଦନା ପ୍ରସ୍ତୁତି ମେସିନ ସହାୟତା ପାଇଁ ସେମାନେ ଏହି IGA (Income Generating Activities) କାମରେ ନିଜକୁ ନିୟୋଜିତ କରିପାରିଛନ୍ତି l ଏସିଏଫ ଧରିତ୍ରୀ ମୁର୍ମୁଙ୍କ ତତ୍ତ୍ଵାବଧାନରେ ସଂଯୋଜକ ବିଜୟ କେତନ ବିଶ୍ୱାଳ ଉପ ପସ୍ଥିତିରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରୋସାହିତ କରି ପରିବେଶ ଉପଯୋଗୀ କାର୍ଯ୍ୟ ଆରମ୍ଭ କରିଥିଲେ , ଆଜି ମହିଳାଙ୍କ ଦ୍ୱାରା ୧୨ ହଜାର ୬ ଶହ ଶାଳପତ୍ର ତିଆରି ଖଲିଦନା ବିକ୍ରି ଆରମ୍ଭ ହୋଇଛି l ଗ୍ରାମ ପାଖରେ ଚାହିଦା ପୂରଣ ନିମିତ୍ତ ସାନଶିଆଳିନଈ ଲୋକଙ୍କୁ ୬ ହଜାର ୩୦୦ଟି ଦନା ବିକ୍ରି ହୋଇଛି ବୋଲି ଏସ ଏମ ଏସ ତ୍ରିଲୋଚନ ରାଏ ଓ ରାମକୃଷ୍ଣ ଦାସ ସୂଚନା ଦେଇଛନ୍ତି l
ମଣଦା ବନାଞ୍ଚଳ ସଂଯୋଜକ ବିଜୟକେତନ ବିଶ୍ୱାଳ ଓ ଅଭିଷେକ ପରୀକ୍ଷାଙ୍କର ମାର୍ଗଦର୍ଶନରେ ଏହି ସୟଂ ସହାୟକ ଗୋଷ୍ଠୀ ଟି ଶାଳପତ୍ର ଖଲି ଓ ଦନା ପ୍ରସ୍ତୁତି ଆରମ୍ଭ କରି ନିଜର ଜୀବନ ଜୀବିକାରେ ଉର୍ନତି ଆଣିପାରିଛନ୍ତି l ଏହି ଖଲିଦନା ସହିତ ଆଗାମୀ ଦିନରେ ଜିଆଖତ ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସମ୍ପାଦକ ସୁକାନ୍ତି ମାଝୀ କହିଛନ୍ତି l
ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଏହି ଶାଳପତ୍ର ଖଲି ଓ ଦନା ପ୍ରସ୍ତୁତି ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ଶିବପ୍ରସାଦ ରଥ କହିଛନ୍ତି l ସଂଯୋଜକ ଶ୍ରୀ ବିଶ୍ୱାଳ ସମେତ ଅଭିଷେକ ପରୀକ୍ଷା, ମନୋରଞ୍ଜନ ମହାନ୍ତ, ରାଜାକୁମାର ସାହୁ ପ୍ରମୁଖ ମହିଳାଙ୍କୁ ଏଥିରେ ସହଯୋଗ କରିଥିଲେ l