
ଭୁବନେଶ୍ଵର: ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ରମା ନାଏକ ଗିରଫ । ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସର୍ମପଣ କରିଥିବା ସୂଚନା ମିଳିଛି। ଆଜି ମଞ୍ଚେଶ୍ୱର ଥାନାରେ ସହଦେବ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଛି। ତେବେ ଘଟଣା ପରଠାରୁ ରମା ନାଏକ ଫେରାର ଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ଖୋଳତାଡ ଜାରି ରଖିଥିଲା।
ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ମଞ୍ଚେଶ୍ବର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା । ତଦନ୍ତରୁ ଅଭିଯୁକ୍ତ ଓ ତାଙ୍କ ଗାଡ଼ି ସମ୍ପର୍କରେ ଜଣାପଡ଼ିଥିଲା । ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ରମା ନାଏକକୁ ଗିରଫ କରିଛି ପୋଲିସ । ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ତେବେ ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ ।