କ୍ରିକେଟ ଜଗତର ଜଣେ ବୋହୁ ପ୍ରତିକ୍ଷିତ ଖେଳକି ହେଉଛନ୍ତି ସଚିନ ତେନ୍ଦୁଲକର l ତାଙ୍କୁ କ୍ରିକେଟ ଜଗତର ଭଗବାନ ବୋଲି ମାନିଥାନ୍ତି ଲୋକେ l ସେ ତାଙ୍କ ଜୀବନରେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି ଯାହାକୁ ଛୁଇଁବାକୁ ଏବେ ସମସ୍ତ ଖେଳାଳି ଚେଷ୍ଟା କରୁଛନ୍ତି l ଏବେ ସଚିନ ତେନ୍ଦୁଲକରଙ୍କୁ ନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଗି ଆଇସିସି ପକ୍ଷରୁ ଗ୍ଲୋବାଲ୍ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଛି ।
୫ ଅକ୍ଟୋବର,୨୦୨୩ ତଥା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ l ତେବେ ଏହାରି ଭିତରେ ସଚିନ ତେନ୍ଦୁଲକରଙ୍କୁ ଆଇସିସି ୨୦୨୩ ବିଶ୍ୱକପର ଗ୍ଲୋବାଲ୍ ଆମ୍ବାସଡାର ଭାବେ ନିଯୁକ୍ତ କରିଛି l ତେଣୁ ଆସନ୍ତାକାଲି ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍ର ଓପନିଂ ମ୍ୟାଚ ପୂର୍ବରୁ ଟୁର୍ନାମେଣ୍ଟର ଟ୍ରଫିକୁ ଧରି ପଡିଆରେ ବୁଲିବା ଦେଖିବାକୁ ମିଳିବ l ଏପରିକି ଟୁର୍ନାମେଣ୍ଟ ଆରମ୍ଭ ହେବା ନେଇ ମଧ୍ୟ ସେ ହିଁ ଘୋଷଣା କରିବେ।
ତେଣୁ ଏହି ପରିପ୍ରେକ୍ଷୀରେ ସଚିନ ତେନ୍ଦୁଲକର କହିଛନ୍ତି ଯେ ୧୯୮୭ରେ ଜଣେ ବଲ୍ ବଏଠାରୁ ଖେଳ ଆରମ୍ଭ କରି ବିଶ୍ୱକପ୍ ୬ ସଂସ୍କରଣରେ ଦେଶର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଏକ ଗର୍ବର ବିଷୟ ଥିଲା l ତେଣୁ ତାଙ୍କ ହୃଦୟରେ ବିଶ୍ୱକପ୍କୁ ନେଇ ସର୍ବଦା ସ୍ବତନ୍ତ୍ର ସ୍ଥାନ ରହିଆସିଛି । ନିଜ କ୍ରିକେଟ କ୍ୟାରିୟରରେ ୨୦୧୧ରେ ବିଶ୍ୱକପ୍ ଜିତିବା ତାଙ୍କ ଲାଗି ସବୁଠାରୁ ଅଧିକ ଗର୍ବର ସମୟ ଥିଲା ବୋଲି ସେ କହିଛନ୍ତି ।