
ବାରଣାସୀରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଶନିବାର ସକାଳ ପ୍ରାୟ ୨.୩୫ସମୟରେ ଲାଇନଚ୍ୟୁତ ହୋଇଛି।ବାରଣାସୀରୁ ଅହମ୍ମଦାବାଦ ଯାଉଥିବା ସାବରମତି ଏକ୍ସପ୍ରେସର ୨୨ ଟି ବଗି ଲାଇନଚ୍ୟୁତ ହୋଇଛି।ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ।ଘଟଣାସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚି ଯାତ୍ରୀମାନଙ୍କୁ ଅହମ୍ମଦାବାଦ ଯିବା ପାଇଁ ବ୍ୟବସ୍ଥା କରିଥିଲେ।ୟୁପି ପୋଲିସ ଏବଂ ଆଇବି ଏହି ଘଟଣାର ତଦନ୍ତଜାରି ରଖିଛି ।
ଏଥର ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ କୌଣସି ଯାନ୍ତ୍ରିକ କିମ୍ବା ବୈଷୟିକ ତ୍ରୁଟି କିମ୍ବା କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ନୁହେଁ, ଟ୍ରେନ୍ ଟି ଲାଇନରେ ପଡିଥିବା କୌଣସି ବସ୍ତୁ ଦ୍ୱାରା ମାଡ ହେବାରୁ ଏଭଳି ଅଘଟଣ ଘଟିଛି । ଯେଉଁ ଲାଇନରେ ଟ୍ରେନଟି ଯାଉଥିଲା ସେଠି କିଛି ଓଜନିଆ ବସ୍ତୁ ରହିଥିବା ସୂଚନା ମିଳିଛି ।ଯାହାକୁ ନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ଏନେଇ ଆଇବି ଓ ୟୁପି ପୋଲିସ୍ ତଦନ୍ତ ଜାରି ରଖିଛି ।