Site icon UTKAL PRATIDIN

ଦିଲ୍ଲୀ ବିଧାନସଭାରେ ହାଇଡ୍ରାମା, ୧୩ ଆପ୍ ବିଧାୟକ ନିଲମ୍ବିତ

Capture

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ହାଇଡ୍ରାମା । ବିଧାନସଭା ଅଧିବେଶନ ଆରମ୍ଭରୁ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ଆପ୍ର ହଙ୍ଗାମା । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ । ଫଳରେ ୧୩ ଆପ୍ ବିଧାୟକ ବିଧାନସଭାରୁ ବହିଷ୍କୃତ କରାଯାଇଛି । ଦିନକ ପାଇଁ ବିରୋଧିଦଳ ନେତା ଆତିଶୀଙ୍କ ସହ ୧୩ ଆପ୍ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆପ୍ ବିଧାୟକମାନେ ।

ସୂଚନା ଅନୁସାରେ, ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ ଚାଲିଥିବା ବେଳେ ମଦ ନୀତି ଦୁର୍ନୀତି ଉପରେ ଭାରତୀୟ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ବା ସିଏଜି ରିପୋର୍ଟ ଗୃହରେ ଆଗତ ହେବା ପରେ ଏହାକୁ ନେଇ ବିରୋଧି ଆପ୍ ଗୃହରେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲା । ସଭାଗୃହରେ ବିଜେପି ଓ ଆପ ନେତା ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ । ହେଲେ ଉପରାଜ୍ୟପାଳଙ୍କ ଭାଷଣ ଦେବା ବେଳେ., କୌଣସି କଥା ନ ଶୁଣି, ବାଧା ସୃଷ୍ଟି କରିଚାଲିଥିଲେ ଆପ୍ ବିଧାୟକ । ଫଳସ୍ୱରୂପ, ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି । ସେପଟେ ବିରୋଧି ଦଳ ନେତା ଅତିଶି ମାର୍ଲେନାଙ୍କୁ ମଧ୍ୟ ବିରୋଧ ପ୍ରଦର୍ଶନ କରିବାରୁ ବାଚସ୍ପତି ଦିନକ ପାଇଁ ନିଲମ୍ବିତ କରିଛନ୍ତି ।

Exit mobile version