Site icon UTKAL PRATIDIN

ମହଙ୍ଗା ପଡିଲା ଜିଦି: ପଶ୍ଚିମବଙ୍ଗରେ ଗନ୍ଧେଇଲା ଆଳୁ

mamata

ଭୁବନେଶ୍ୱର: ମହଙ୍ଗା ପଡିଲା ଜିଦି | ସାବାଡ଼ ହେଲେ  ଦିଦି | ଓଡିଶାକୁ ଦେବେନି ବୋଲି ଆଳୁ ଟ୍ରକ ଅଟକାଇଥିଲେ, ଏବେ ପଚା ଆଳୁ ଟ୍ରକ ରାଜ୍ୟକୁ ଫେରାଇଲେ | ପୂର୍ବରୁ ବି ଏମିତି ଧମକାଉଥିଲେ..ଫାଇଦା ମାରୁଥିଲେ | ଏଥର ବି ଭାବିଥିଲେ, ବିଜେପି ସରକାରର ନାକ ରଗଡାଇବେ | ହେଲେ ବେପାରୀ ସହିଲେନି  ଦିଦିଙ୍କ ନଖରାମି | କହିଲେ, ଅଧିକ ଦେବୁ ପଛେ, ମୁଣ୍ଡ ନୁଆଁଇବୁ ନାହିଁ | ବାସ, ସରିଗଲା ଦିଦିଙ୍କ ଖେଳ |

ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର | ଏମିତି ନିଷ୍ପତ୍ତି ନେଇ ଗୋଟିଏ ଗୁଳିରେ ୨ଟା ଶିକାର କରିଛନ୍ତି ସରକାର | ବିରୋଧୀ ଦଳ ନେତାଙ୍କୁ ବି ଜବାବ ଦେଇଛନ୍ତି | ନବୀନଙ୍କ ଚିଠି ଯେ କିଛି କାମ କରେନି ଏହା ବି ପ୍ରମାଣ କରି ଦେଇଛନ୍ତି |

ଏପଟେ ଗରିବ ପେଟକୁ ନେଇ ରାଜନୀତି କରୁଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ନିଜ ବେପାରୀଙ୍କ ଭାତ ଥାଳି ଛଡାଇ ନେଲେ |

ଗତ କିଛି ଦିନ ହେଲା ଆଳୁକୁ ନେଇ ମୁହାଁମୁହିଁ ହୋଇଥିଲେ ମୋହନ-ମମତା ସରକାର | ଓଡିଶାକୁ ଆଳୁ ଗାଡି ନ ଛାଡିବାରୁ ରାଜ୍ୟରେ ହୁ ହୁ ବଢିଥିଲା ଡର | ଏପରିକି  କେଜି ପିଛା ୫୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା | ଆଳୁ ପରି ଏକ ଅତ୍ୟାବଶ୍ୟକ ଜିନିଷର ଦାମ ବଢି ଯିବାରୁ ଗରିବ ଖାଉଟି ଚିନ୍ତାରେ ପଡ଼ିଥିଲେ | ଦିଲ୍ଲୀରେ ମମତା ବନର୍ଜୀଙ୍କୁ  ମୁଖ୍ୟମନ୍ତ୍ରୀ ମୋହନ  ମାଝି ଦେଖା କରି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ | ହେଲେ ଶୁଣି ନଥିଲେ ମମତା | ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ମମତାଙ୍କୁ ଚିଠି ଲେଖିଥିଲେ ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା  | ସବୁ ସତ୍ୱେ ଜିଦ୍ଦୀରେ ଅଡି ବସିଥିଲେ |

ବୋଧହୁଏ ମମତାଙ୍କ ଗର୍ମ ପ୍ଲାନ ଭିନ୍ନ ଥିଲା | ଓଡ଼ିଶାର ବିଜେପି ସରକାରଙ୍କୁ ବଦନାମ  କରାଇବା  ଲକ୍ଷ୍ୟ ଥିଲା | ହେଲେ ନିଜ ଗାତରେ ନିଜେ ଫସିଗଲେ |

ବାରମ୍ବାର ପଶ୍ଚିମ ବଙ୍ଗର ଧମକ ସହି କ୍ଷୁବ୍ଧ ହୋଇ ଯାଇଥିଲେ ଓଡ଼ିଆ ବେପାରୀ | ଆଉ ମୁଣ୍ଡ ନୂଆଇଁବେନି ବୋଲି ଜିଦରେ ଅଟଳ ଥିଲେ | ଯାହା ବି ହେଉ, ଓଡିଶା ସରକାରଙ୍କ ଅଭିମୂଖ୍ୟ ବଦଳିଯିବ ପରେ କଣ କରିବେ ଦିଦି ? ପଚା ଆଳୁ ଗନ୍ଧ  ଶୁଙ୍ଘିବେ ବେପାରୀ | ମମତାଙ୍କ ଏପରି ଜିଦ୍ଦୀକୁ ନେଇ ପଶ୍ଚିମ ବଙ୍ଗ ବେପାରୀ ବି ଅସନ୍ତୁଷ୍ଟ | କାରଣ ଟ୍ରକ ଟ୍ରକ ଆଳୁ ଏବେ ପଚିଗଲାଣି  | ଘାଟରେ ପଡିଲେ  ବେପାରୀ | ଏତେ ଆଳୁ ଆଉ କେହି ନେବେନି | ଭିତରେ ଭିତରେ କୁହୁଳିଛି ଅସନ୍ତୋଷ |

Exit mobile version