Site icon UTKAL PRATIDIN

ରୋହିତଙ୍କ ନାଁ ରେ ଆସିଲା ୩ଟା ଚାଲାଣ

56

ମୁମ୍ବଇ: ଦିନିକିଆ ବିଶ୍ୱକପ୍‌ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ କ୍ରିକେଟରଙ୍କ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ରୋହିତ, ଯାହାପରେ ତାଙ୍କ ନାଁରେ ଚାଲାଣ କାଟିଛି ପୁଲିସ। ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ଟ୍ରାଫିକ୍‌ ଚାଲାଣ କଟିଛି କ୍ରିକେଟରଙ୍କ ନାଁରେ।

ବାଂଲାଦେଶ ବିପକ୍ଷ ମ୍ୟାଚରେ ଯୋଗଦେବା ପାଇଁ ରୋହିତ ଶର୍ମା ନିଜ ବିଳାସପୂର୍ଣ୍ଣ କାର୍‌ ଚଲାଇ ମୁମ୍ବଇରୁ ପୁଣେ ଅଭିମୁଖେ ଯାଉଥିଲେ। ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ ବେଳେବେଳେ ୨୧୫ କିଲୋମିଟରରେ ମଧ୍ୟ ପହଞ୍ଚିଥିଲା। ଏତେ ଦ୍ରୁତ ଗତି ଯୋଗୁ ରୋହିତ ଶର୍ମାଙ୍କ ନାଁରେ ତିନୋଟି ଅନଲାଇନ୍ ଚାଲାଣ କଟିଛି।

ସୂଚନାଯୋଗ୍ୟ, ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର। ରାଜପଥର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ତେଣୁ ଗାଡ଼ି ଏହି ବେଗ ଅତିକ୍ରମ କଲା ମାତ୍ରେ ମାଲିକଙ୍କୁ ଚାଲାଣ ପଠାଇ ଦିଆଯାଏ।

Exit mobile version