UTKAL PRATIDIN

ରୋବର୍ଟ ହେଲା କମ୍ପାନୀର ସିଇଓ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ସମାଜକୁ ଗୁରୁତର ଭାବେ ପ୍ରଭାବିତ କରିବା ଆଶଙ୍କା ଥିବା ବେଳେ ଏବେ ଏହା ଧୀରେ ଧୀରେ ପ୍ରମାଣ ହେବାରେ ଲାଗିଛି l ପୋଲାଣ୍ଡର ଏକ କଂପାନି ନିଜର ସିଇଓ ଭାବେ ଏକ ଏଆଇ ରୋବଟ୍‌କୁ ନିଯୁକ୍ତ କରିଛି।

ପୋଲଣ୍ଡର ଏକ ପାନୀୟ ପ୍ରସ୍ତୁତ କରୁଥିବା ସଂସ୍ଥା ହେଉଛି ଡିକ୍ଟାଡୋର l ଏହା ରମ ପ୍ରସ୍ତୁତି ପାଇଁ ଖୁବ ପରିଚିତ l ଏହି କମ୍ପାନୀ ପରୀକ୍ଷାମୂଳକ ଭାବେ ଏକ ରୋବର୍ଟକୁ ନିଜର ସିଇଓ ଭାବେ ନିଯୁକ୍ତ କରିଛି ଲ ଏହି ରୋବର୍ଟର ନିଯୁକ୍ତି କଂପାନିର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ରଖି ଏପରି ଏକ ପରୀକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l ତେବେ ରୋବର୍ଟଟିର ନାମ ହେଉଛି ‘ମିକା’ ।

ମଣିଷ ଭଳି ଦେଖାଯାଉଥିବା ଏହି ରୋବଟ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ଜରିଆରେ ପରିଚାଳିତ ହେଉଛି । ତେବେ ମାନବ ସମ୍ବଳ ପରିଚାଳନା ଦାୟିତ୍ୱ ଏବେବି କଂପାନିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ହାତରେ ହିଁ ରହିଛି । ରୋବଟ୍ ମିକା କେବଳ ବୋତଲ ଡିଜାଇନ ପାଇଁ କଳାକାର ଚୟନ କରିବା କାର୍ଯ୍ୟ କରିବା l ଡାଟା ଆନାଲିସିସ୍‌ ଆଧାରରେ ମିକା ନିଷ୍ପତ୍ତି ଗ୍ରହଣ କରିବ । ଏହାଦ୍ୱାରା ମଣିଷମାନଙ୍କ ଦ୍ୱାରା ହେଉଥିବା ଭୁଲ ହେବ ନାହିଁ କିମ୍ବା ପକ୍ଷପାତିତା ହେବ ନାହିଁ । ସଂସ୍ଥାର ସ୍ଵାର୍ଥକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରି ଏହି ମିକା କଳାକାର ବାଛିବ l

ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଧୀରେ ଧୀରେ ମାନବର ଅଧିକାର ଛଡାଇ ନେବାକୁ ବସିଛି l ପରବର୍ତ୍ତୀ ସମୟରେ ଏହି ଯାନ୍ତ୍ରିକ ମାନବ ତଥା ରୋବର୍ଟ ପାଇଁ ଅନେକ ଲୋକ ଚାକିରୀହୀନ ହେବାର ଆଶଙ୍କା ରହିଛି l ଏହାରି ଭିତରେ ଡିକ୍ଟାଡୋର କମ୍ପାନୀର ଏପରି ଏକ ନିଷ୍ପତି ଏହି ଆଶଙ୍କାକୁ କିଛି ମାତ୍ରାରେ ସତ୍ୟ ବୋଲି ପ୍ରମାଣ କରିଦେଇଛି l

Exit mobile version