Site icon UTKAL PRATIDIN

ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟି ନେଲେ ଦୁର୍ବୁତ୍ତ

gun

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ସାକେଣି କେନ୍ଦୁ ପତ୍ର ଫଡ଼ିରେ ଘଟିଛି ଏକ ଅଭାବନୀୟ ଘଟଣା ।୧୦ଜଣ ଦୁର୍ବୁତ୍ତ କେନ୍ଦୁପତ୍ର ଫଡ଼ିରେ ପଶି ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କାର କେନ୍ଦୁପତ୍ର ନେଯାଇଛନ୍ତି ଲୁଟେରା ।କାମକରୁଥିବାଲୋକଙ୍କ ମୋବାଇଲ ଫୋନ ମଧ୍ୟ ନେଇଯାଇଛନ୍ତି ।ଏନେଇ ଥାନାରେ ଅଭିଯୋଗ କରିଛନ୍ତି କର୍ମଚାରୀ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି କେନ୍ଦୁପତ୍ର ଫଡ଼ିରୁ ବସ୍ତା ବସ୍ତା ପତ୍ର, କର୍ମଚାରୀଙ୍କ ୨ଟି ମୋବାଇଲ ଫୋନଓ କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ।ଦୁର୍ବୁତ୍ତମାନେ ଯିବା ପରେ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଜଣେଇବା ସହ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version