
ଧାନକିଣାକୁ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ ।୨୦ରେ ବରଗଡ ଏବଂ ୨୧ରେ ସମ୍ବଲପୁରରେ ଧାନ କିଣିବେ ସରକାର। ଧାନକିଣାରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ବଡ ଜିଲ୍ଲା। ଧାନକିଣା ଲାଗି ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ। ସଂପୃକ୍ତ ଅଧିକାରୀ କଟ୍ନୀଛଟ୍ନୀ ହେଉଛି ନା ନାହିଁ ଦେଖିବେ।୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଦଲାଲ ମାନେ ଯେମିତି ପଶି ନପାରିବେ ପୁଲିସ ପାଟ୍ରୋଲିଂ କରିବ।ସରକାର ଦେଉଥିବା ୮୦୦ ଟଙ୍କା ସବସିଡି ଉପରେ ଗୁରୁତ୍ଵ ଦିଆଯିବ।
ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଏହାସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। କଟ୍ନି ଛଟ୍ନିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।