
ଉପକୂଳ ଓଡ଼ିଶାରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଦାନା ।ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି।ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀବାତ୍ୟା ପରେ ସମୀକ୍ଷା ବୈଠକ କରିଛନ୍ତି ।
ବାତ୍ୟା ପାଇଁ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ କେବେ ଏତେ ସ୍ଥାନାନ୍ତରଣ ହୋଇନଥିଲା। ଗୋ ସମ୍ପଦ ସ୍ଥାନାନ୍ତରଣରେ ବି ଓଡ଼ିଶା ରେକର୍ଡ କରିଥିବା ମନ୍ତ୍ରୀ କହିଛନ୍ତି। ଆସନ୍ତକାଲି କ୍ଷେତ୍ର ପରିଦର୍ଶନ କରାଯିବ। ୨୬ ତାରିଖରେ ଫିଲ୍ଡ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ। ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ।
ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ। ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି।ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରେ ବାତ୍ୟା ଦାନା ମୁକାବିଲା ଥିଲା ବିଜେପି ସରକାର ପାଇଁ ପ୍ରଥମ ଚ୍ୟାଲେଞ୍ଜ ।ଏହି ବାତ୍ୟା ମୁକାବିଲାରେ ମଧ୍ୟ ସଫଳ ହୋଇଛନ୍ତି ବିଜେପି ସରକାର ।