Site icon UTKAL PRATIDIN

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ରେବନ୍ଥ ରେଡ୍ଡୀ

1356874-rev

ଚର୍ଚ୍ଚାରେ ଥିବା କଂଗ୍ରେସର ବଡ ଚେହେରା ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖିଆ। ଦୁଇ ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବନ୍ଥ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ରେବନ୍ଥ ଆସନ୍ତାକାଲି କିମ୍ବା ତା’ ପର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ନିଭାଇଥିଲେ ରେବନ୍ଥ ରେଡ୍ଡୀ। ମୁଖ୍ୟମନ୍ତ୍ରୀଙ୍କ ସହ ଡାଇରେକ୍ଟ ଫାଇଟ୍ ତାଙ୍କୁ ଏକ ବଡ ମାଇଲେଜ୍ ଦେଇଥିଲା। ଯଦି ଦଳ ସତ୍ତାକୁ ଆସେ ତେବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। କିନ୍ତୁ କାମାରେଡ୍ଡୀ ଆସନରୁ ଲଢୁଥିବା ବିଆରଏସ୍ ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଚକମା ଦେଇଥିଲେ ବିଜେପି ପ୍ରାର୍ଥୀ। ଦୁଇ ଦଳର ଦୁଇ ପୁରୁଖା ନେତା ଏହି ଆସନରୁ ପରାଜିତ ହୋଇଥିଲେ, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏଠାରେ ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ରେବନ୍ଥଙ୍କ ସହ କେସିଆରଙ୍କୁ ଫେଲ୍ କରାଇ ଦେଇଥିଲେ। ଶେଷରେ କୋଡାଙ୍ଗଲା ବିଧାନସଭା ରେବନ୍ଥଙ୍କ ସମ୍ମାନ ବଞ୍ଚାଇ ଦେଇଛି।

ଏହି ଆସନରୁ ରେବନ୍ଥ 32 ହଜାର ଭୋଟରେ ବିଜୟୀ ହୋଇଥିଲେ। ରେବନ୍ଥଙ୍କୁ ଏଠାରୁ 1,07,429 ଭୋଟ୍ ମିଳିଥିବା ବେଳେ ବିଆରଏସର ନରେନ୍ଦ୍ର ରେଡ୍ଡୀଙ୍କୁ 74,897 ମିଳିଥିଲା। ଦକ୍ଷିଣ ରାଜ୍ୟରେ କଂଗ୍ରେସର ଏଣ୍ଟ୍ରି ସହ ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ। ସୂତ୍ର ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ଉତ୍ତମ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।

Exit mobile version