ବାଂଲାଦେଶରେ ହିଂସା ଯୋଗୁଁ ସ୍ଥିତି ବିଗିଡ଼ିବାରେ ଲାଗିଛି ।ଏସବୁ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା।ବାଂଲାଦେଶର ସ୍ଥିତି ପାଇଁ ସର୍ବଦଳୀୟ ବୈଠକ ହୋଇଛି ।ଏହି ସ୍ଥିତିକୁ ନେଇ ସଂସଦ ଭବନରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରସ୍ଥିତି ସ୍ଥିତି ସମ୍ପର୍କରେ ଦେବେ ସୂଚନା।ଅନ୍ୟପଟେ ଭାରତ ସରକାର,ବାଂଲାଦେଶକୁ ଟ୍ରେନ୍ ଚଳାଚଳ ଓ ବିମାନ ଚଳାଚଳ ବନ୍ଦ ରଖିଲେ ।କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଏୟାର ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିମାନ ଚଳାଚଳ ବନ୍ଦ ହୋଇଛି ।ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ବାଂଲାଦେଶ କୁ କୌଣସି ବିମାନ ବା ଟ୍ରେନ ଚଳାଚଳ କରିବା ନାହିଁ ।
ଆନ୍ଦୋଳନ ସ୍ଥିତି ବାଂଲାଦେଶରେ ଭୟଙ୍କର ରୂପ ନେଲାଣି।ଆଇନ୍ ମନ୍ତ୍ରୀଙ୍କ ଆବାସକୁ ମଧ୍ୟ ଘେରି ରହିଛନ୍ତି ଆନ୍ଦୋଳନକାରୀ।ଚାକିରିରେ ସଂରକ୍ଷଣ ଶେଷ କରିବା ପାଇଁ ଓ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରୁଥିବା ଜନତା ଓ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ହିଂସା ହେବା ଯୋଗୁଁ ୧୯ ପୁଲିସ କର୍ମୀ ଓ ୧୦୦ରୁ ଉର୍ଦ୍ଧ୍ବ ଜନତାଙ୍କ ଖବର ସାମ୍ନାକୁ ଆସିଛି।ବାଂଲାଦେଶ ରେ ୨୫୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି ।ବାଂଲାଦେଶରେ ସ୍ଥିତି ଅଧିକ ଭୟଙ୍କର ହେବାରୁ ଭାରତ ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ବିଏସ୍ଏଫ୍ ଅଧିକ ସକ୍ରିୟ ହୋଇ ଉଠିଛି।