Site icon UTKAL PRATIDIN

ଆଜି ପଞ୍ଜୀକରଣ, ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ

Untitled-1-70

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଠାରୁ ଲୋକଙ୍କ ଅଭିଯୋଗ ଶୁଣିବେ । ମୁଖ୍ୟମନ୍ତ୍ରୀ ୨୧ ତାରିଖ ଓ ୨୮ତାରିଖ ଦିନ ଲୋକଙ୍କ ଅଭିଯୋଗ ଶୁଣିବେ ।ସେହିଦିନ ୧୧ ଘଟିକା ସମୟରୁ ୟୁନିଟ-୫ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଶୁଣାଣି ଅନୁଷ୍ଠିତ ହେବ।

ଏହି ଦୁଇ ଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଆଜି ଦିନ ୧୧ଟା ଠାରୁ ଆରମ୍ଭ ହେବ ଏବଂ ପ୍ରତ୍ୟେକ ଅଭିଯୋଗ ଶୁଣାଣି ଦିବସ ନିମନ୍ତେ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ।

ପଞ୍ଜୀକୃତ ଅଭିଯୋଗକାରୀ ହିଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Exit mobile version