କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ଏହି ଆନ୍ଦୋଳନରେ ଦେଶ ତାହା ଓଡ଼ିଶାର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି ।
ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। ମେଡିକାଲ କଲେଜର ଜୁନିୟର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବେ।ଯାହା ଦ୍ୱାରା ରୋଗୀ ସେବା ପ୍ରଭାବିତ ହେବ ।କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର।ଜରୁରିକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି।