ମୋବାଇଲ ରିଚାର୍ଜ ସାଜିଲା କାଳ ।୩୪୯ଟଙ୍କା ମୋବାଇଲରେ ରିଚାର୍ଜ କରୁ କରୁ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ଟଙ୍କା ।ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଏପରି ସାଇବର ଫ୍ରଡର ଶିକାର ହୋଇଛନ୍ତି। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।
ତେବେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେ ପ୍ରଥମେ ଫୋନ୍ ପେ ମାଧ୍ୟମରେ ନିଜ ମୋବାଇଲ ରିଚାର୍ଜ କରିଥିଲେ । ହେଲା ଭୁଲ୍ ବଶତଃ ସେ ଅନ୍ୟ କାହା ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଇଥିଲେ । ଏହାପରେ ରିଚାର୍ଜ ଟଙ୍କା ଫେରି ପାଇବା ପାଇଁ ସେ ଉକ୍ତ ନମ୍ବରକୁ କଲ୍ କରି ପୁନଃ ତାଙ୍କ ନମ୍ବରରେ ରିଚାର୍ଜ କରିବାକୁ କହିଥିଲେ । ହେଲେ ବ୍ୟକ୍ତି ଜରଙ୍କ ମନା କରିବାରୁ ନିଜ ଟଙ୍କା ଫେରିପାଇବା ପାଇଁ ଗୁଗୁଲରେ ଫୋନ୍ ପେ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ । ସେହି ନମ୍ବରକୁ କଲ କରି ସହାୟତା ମାଗିଥିଲେ ।
ଗୁଗୁଲରୁ ଖୋଜିକି ଆଣିଥିବା ନମ୍ବରଟି ସାଇବର ମାଫିଆଙ୍କର ଥିଲା । ସାଇବର ଲୁଟେରା ଯୁବତୀଙ୍କୁ ତାଙ୍କ ଟଙ୍କା ଫେରି ପାଇବାର ପ୍ରତିଶ୍ରୁତି ଦେଇ ପ୍ରଥମେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟି ନେଇଥିଲେ । ହେଲେ ଯୁବତୀ ଜଣଙ୍କ ଏହା ପରେ ସତର୍କତା ଦେଖାଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥଗିତ କରିଦେଇଥିଲେ । ତେବେ ସେ ଘଟଣାର ମାସେ ପରେ ଯେତେବେଳେ ପୁଣି ଏବେ ଯୁବତୀ ଜଣଙ୍କ ବ୍ୟାଙ୍କକୁ ଦରଖାସ୍ତ ଦେଇ ପୁଣି ଥରେ ଆକାଉଣ୍ଟଟି ଚାଲୁ କରିଥିଲେ, ସେତେବେଳେ ତାଙ୍କ ଆକାଛଣ୍ଟରୁ ପର୍ଯ୍ୟାୟ କ୍ରମେ ୩ ଲକ୍ଷ ଟଙ୍କା କଟିଯାଇଥିଲା । ଯାହାକୁ ନେଇ ଏବେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।