
ନୂଆଦିଲ୍ଲୀ: ଦେଶର ନୂତନ RBI ଗଭର୍ଣ୍ଣର ଆସିବା ପରଠାରୁ ଲଗାତର ନୂଆ ଅପଡେଟ୍ ଆସୁଛି। ଅର୍ଥନୀତି ସମ୍ପର୍କରେ ମଧ୍ୟ ସକାରାତ୍ମକ ଖବର ଆସୁଛି। ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏହା ସହିତ ସୁଧ ହାର ହ୍ରାସ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏବେ ଯେଉଁ ବଡ଼ ଅପଡେଟ୍ ଆସିଛି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଅପଡେଟ୍ ୧୦ ଟଙ୍କା ଏବଂ ୫୦୦ ଟଙ୍କିଆ ନୋଟକୁ ନେଇ । ଖୁବ୍ଶୀଘ୍ର RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ଦୁଇଟି ନୋଟ୍ ସମ୍ପର୍କରେ ଏକ ବଡ଼ ସୂଚନା ଜାରି କରିବାକୁ ଯାଉଛନ୍ତି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ କହିଛି ଯେ, ଏହି ନୂତନ ନୋଟଗୁଡିକର ଡିଜାଇନ୍ ପୂର୍ବରୁ ଦିଆଯାଇଥିବା ମହାତ୍ମା ଗାନ୍ଧୀ (ନୂତନ) ସିରିଜ୍ ₹ ୧୦ ଏବଂ ₹ ୫୦୦ ନୋଟ ସହିତ ସମାନ ହେବ। ଏହାର ଅର୍ଥ ହେଉଛି ଡିଜାଇନ୍ କିମ୍ବା ସୁରକ୍ଷା ସହିତ ଜଡିତ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ବର୍ତ୍ତମାନ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ସହ ନୂଆ ନୋଟ୍ ଆସିବ । ତେବେ ୧୦, ୧୦୦, ୨୦୦ ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ସମସ୍ତ ନୋଟରେ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।
ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ୭ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ଆରବିଆଇ ଗଭର୍ଣ୍ଣର ୯ ଏପ୍ରିଲରେ ନୀତି ହାର ଘୋଷଣା କରିବେ। ଏହା ଚଳିତ ଆର୍ଥିକ ବର୍ଷର ପ୍ରଥମ ବୈଠକ ହେବ, ତେଣୁ ଏହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।