Site icon UTKAL PRATIDIN

ଘରେ ବନାନ୍ତୁ ସ୍ଵାଦିଷ୍ଟ ସୁଜି ଢୋକଲା

rava-dhokla-recipe

ଭୁବନେଶ୍ଵର: ଢୋକଲା ଖାଇବାକୁ ସାଧାରଣତଃ ସମସ୍ତେ ପସନ୍ଦ କରନ୍ତି। ତେବେ ଆଜି ଯାଏଁ ଆପଣ ବେସନ ତିଆରି ଢୋକଲା ଖାଇଥିବେ ବା ତିଆରି କରିଥିବେ। ଆଜି ଆମେ ଆପଣଙ୍କୁ କହିବୁ ସୁଜିରେ କିପରି ତିଆରି କରିବେ ଢୋକଲା।

ଆବଶ୍ୟକୀୟ ସାମଗ୍ରୀ

  1. ସୁଜି – ଏକ କପ
  2. ୨ କପ ପାଣି
  3. ୧/୪ ଚାମଚ ହଳଦୀ ପାଉଡର
  4. ଏକ ଚାମଚ ଫ୍ରୁଟ୍ସ ସଲ୍ଟ ବା ଇନୋ
  5. ଏକ ଚାମଚ ସୋରିଷ
  6. ୨ ଚାମଚ କଞ୍ଚା ଲଙ୍କା
  7. ୨ ଚାମଚ ଧନିଆ ପତ୍ର
  8. ଲୁଣ
  9. ତେଲ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ସୁଜି, ହଳଦୀ ପାଉଡର ଏବଂ ଲୁଣ ମିଶାନ୍ତୁ। ଏଥିରେ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପର୍ୟ୍ୟନ୍ତ ରଖି ଦିଅନ୍ତି। ଏହି ସମୟ ମଧ୍ୟରେ ପାଣି ଗରମ କରିବା ପାଇଁ ମଧ୍ୟମ ଅଞ୍ଚରେ ଏକ ଗଭୀର ପାତ୍ର ବସାନ୍ତୁ। ଏବେ ଢୋକଲା ଛାଞ୍ଚ ବା ଟ୍ରେରେ ହାଲୁକା ତେଲ ଲଗାନ୍ତୁ। ତା’ପରେ ଘୋଳରେ ଇନୋ ପକାଇ ଏହାକୁ ମିଶାଇ ଛାଞ୍ଚରେ ରଖନ୍ତୁ। ଏହି ଛାଞ୍ଚକୁ ବର୍ତ୍ତମାନ ଇଡିଲ ପ୍ରସ୍ତୁତ କଲା ଭଳି ଗଭୀର ପାତ୍ରର ଉପର ଭାଗରେ ରଖନ୍ତୁ। ୧୫ ମିନିଟ୍ ଏପରି ଛାଡି ଦେବେ। ଯେପରି ଗରମ ପାଣିର ବାମ୍ପରେ ଢୋକଲା ପ୍ରସ୍ତୁତ ହେବ। ୧୫ ମିନିଟ୍ ପରେ ଛୁରୀ ସାହାଯ୍ୟରେ ଦେଖନ୍ତୁ ଢୋକଲା ଭଲ ଭାବେ ହୋଇଛି କି ନାହିଁ। ଯଦି ଛୁରୀରେ କିଛି ନ ଲାଗିବ ତେବେ ଜାଣି ଯିବେ ଯେ ଢୋକଲା ହୋଇଯାଇଛି। ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ରଖନ୍ତୁ। ଅନ୍ୟ ପାତ୍ରରେ ମଧ୍ୟମ ଆଞ୍ଚରେ ପାତ୍ରରେ ତେଲ ନିଅନ୍ତୁ। ସୋରିଷ, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ପକାଇ ଫୁଟାନ୍ତୁ। ଏହାକୁ ନେଇ ଢୋକଲା ଉପରେ ଢାଳନ୍ତୁ। ପ୍ରସ୍ତୁତ ହୋଇଗଲା ଢୋକଲା।

Exit mobile version