
ତିରୁପତି ଲଡ଼ୁରେ ଚର୍ବି ମାଛଟିଏଲ ମିଶିଥିବା ବିବାଦ କମିନଥିବା ବେଳେ ମୁମ୍ବାଇର ସିଦ୍ଧି ବିନାୟକ ଗଣପତି ମନ୍ଦିରର ପ୍ରସାଦ ପ୍ୟାକେଟରେ ମୂଷା ଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦେଶର ବହୁ କୋଟି ଗଣେଶ ଭକ୍ତଙ୍କୁ କଠୋର ଆଘାତ ଦେଇଛି ।ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହାର ଭିଡିଓ ।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍ଏସ୍ଜିଟି)। ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ଭିଡିଓ। ଏଥିରେ କୌଣସି ସତ୍ୟତା ନାହିଁ।
ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି ।ଖାଦ୍ୟ ସୁରକ୍ଷା ଅଧିକାରୀ ମନ୍ଦିରକୁ ଯାଇ ଅଡିଟ୍ କରିବେ ବୋଲି ଏଫଏସ୍ଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ପୁଲିସ ମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓର ତଦନ୍ତ ପାଇଁ ଅନୁରୋଧ କରିବୁ ବୋଲି ମନ୍ଦିର ପ୍ରଶାସନ କହିଛି।