ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଛନ୍ତି। ଉଭୟ ଫିଲ୍ମ ବ୍ୟତୀତ ବଲିଉଡର ଏହି ପ୍ରିୟ ଦମ୍ପତି ଏବେ ବାପାମାଆ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ ରହୁନାହାନ୍ତି। ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ ସନ୍ତାନର ସମ୍ଭାବନା ବିଷୟରେ ମୁହଁ ଖୋଲିଛନ୍ତି।
ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ ସନ୍ତାନର ସମ୍ଭାବନା ବିଷୟରେ ମୁହଁ ଖୋଲିଛନ୍ତି । । ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ବିଷୟରେ ଚିନ୍ତା କରୁଛନ୍ତି । ନିକଟରେ ଆଲିଆ କହିଥିଲେ, ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ, ତେବେ ତା’ ନାମ ଆଗରୁ ପ୍ରସ୍ତୁତ ଅଛି। ସେହିପରି ଏକ ସାକ୍ଷାତକାରରେ, ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ, ସେ ଖୁବ୍ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି? ଏହାର ଜବାବରେ ରଣବୀର କହିଥିଲେ, ଆଶା କରୁଛି ଶୀଘ୍ର କରିବି। ତେବେ କହିରଖୁଛୁ ଯେ, ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି। ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହୋଇଥିଲା
ଆଲିଆଙ୍କ ଏହି କଥାରୁ ଫ୍ୟାନମାନେ ଅନୁମାନ ଲଗାଇଛନ୍ତି ଯେ, ଆଲିଆ ଖୋଲି କହି ନ ଥିଲେ ମଧ୍ୟ ସେ ଦ୍ୱିତୀୟ ସନ୍ତାନର ମା’ ହେବେ ଏବଂ ତା’ର ନାଁ ମଧ୍ୟ ବାଛି କି ରଖିସାରିଛନ୍ତି । ତେବେ ଦେଖାଯାଉ ଆଲିଆ-ରଣବୀର କେବେ ମାତାପିତା ହେଉଛନ୍ତି ।