Site icon UTKAL PRATIDIN

ଆଜିଠୁ ଆରମ୍ଭ ହେଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ

ramadan-2025-1740743633982-16_9

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ରମଜାନ ପାଇଁ ସଜେଇ ହୋଇଛି ମସଜିଦ୍ । ଘରେଘରେ ହୋଇଛି ପ୍ରସ୍ତୁତି । ରୋଜା ମାସ ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସରେ ରହୁଛନ୍ତି । ମସଜିଦରେ ସମୁହ ନମାଜ ପାଠ ଅନୁଷ୍ଠିତ ହେବ। ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଶିଶୁ, ଗର୍ଭବତୀ, ରୋଗୀ ଓ ବୟସ୍କ ଉପବାସ କରିନଥାନ୍ତି । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରୋଜା ରଖି ଉପବାସ ଆରମ୍ଭ କରିଛନ୍ତି ଇସଲାମ ସମ୍ପ୍ରଦାୟର ଲୋକେ । ବିଧି ମୁତାବକ ଗତକାଲି ଚାନ୍ଦ ଦେଖିବା ପରେ ଆରମ୍ଭ ହୋଇଛି ରମଜାନ ।ଆଜି ସକାଳୁ ଉଠି ଚାନ୍ଦ ଦେଖି ମୁସଲିମ ସମ୍ପ୍ରଦାୟ ଲୋକେ ରୋଜା ଆରମ୍ଭ କରିଛନ୍ତି ଏବଂ ବିଧି ସହିତ ସାମୁହିକ ତବୀର ବା ନମାଜ ପାଠ କରିଛନ୍ତି ।  ରମଜାନର ପ୍ରଥମ ଦିନରେ ଭାଇଚାରା ସହର କଟକରେ ଥିବା ମସଜିଦ ଗୁଡିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  । ସମସ୍ତେ ଏକାଠି ହୋଇ ନମାଜ ପାଠ କରୁଛନ୍ତି । ଏହି ପବିତ୍ର ମାସରେ ନିଷ୍ଠାର ସହ ପ୍ରାର୍ଥନା କଲେ ପୁଣ୍ୟ ମିଲିଥାଏ ବୋଲି କହିଛନ୍ତି ମୁସଲମାନ ସମ୍ପ୍ରଦାୟ ଲୋକେ । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସଭିଏଁ ଏହି ପର୍ବ ପାଇଁ ଉତ୍ସାହିତ ଅଛନ୍ତି । 

ଏହା ହେଉଛି ଆଧ୍ୟାତ୍ମିକ ପ୍ରତିଫଳନ, ଭକ୍ତି, ପ୍ରାର୍ଥନାର ମାସ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ, ନମାଜ ପାଠ ଓ ଦାନ ଧର୍ମ କରିବାର ସମୟ। ମାସେ ଧରି ଚାଲିବ ଏହି ଧର୍ମମାସ। ସକାଳୁ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି ମୁସଲମାନମାନେ। ସଂଧ୍ୟା ପର୍ଯ୍ୟନ୍ତ ସେମାନେ ଏପରି ଉପାସରେ ରହନ୍ତି । ସଂଧ୍ୟାରେ ହୁଏ ଇଫତାର ପାର୍ଟି। ତା ସହିତ ଦାନ ଧର୍ମ କରନ୍ତି ସେମାନେ। ରମଜାନ ମାସକୁ ନେଇ ବେଶ୍ ଉତ୍ସାହିତ ମୁସଲମାନମାନେ।

Exit mobile version