Site icon UTKAL PRATIDIN

ରାକେଶ ଶର୍ମାଙ୍କୁ ରାକେଶ ରୋଶନ କହି ଟ୍ରୋଲରେ ଦିଦି

download (8)

ସାରା ଦେଶ ଏବେ ଉତ୍ସବମୁଖର ହୋଇଉଠିଛି। ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୈଜ୍ଞାନିକମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ବେଳେ ଲୋକମାନେ ରାସ୍ତା ଉପରେ ବାଣ ଫୁଟାଇ ଏବଂ ନାଚି ଗାଇ ଖୁସି ମନାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଅନେକ ଫଟୋ ସେୟାର କରି ଲୋକେ ନିଜର ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି। ଏମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯାହା ପାଇଁ ଫିଲ୍ମ ନିର୍ମାତା ରାକେଶ ରୋଶନ ଏକ୍ସ(ଟ୍ବିଟର)ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି।

ସୂଚନ ମୁତାବକ, ‘ଚନ୍ଦ୍ରଯାନ-୩’ର ଅବତରଣ ପୂର୍ବରୁ କୋଲକାତାରେ ଆ‌ୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ଦିଦି। ଏହି ସମୟରେ ସେ ‘ଚନ୍ଦ୍ରଯାନ-୩’ର ସଫଳତା କାମନା କରି କହିଥିଲେ ଯେ, “ସର୍ବପ୍ରଥମେ, ଇସ୍ରୋକୁ ଅଭିନନ୍ଦନ। ଦୟାକରି ନିରାପଦରେ ଅବତରଣ କର। ଆମେ ‘ଚନ୍ଦ୍ରଯାନ-୩’ର ଏକ ନିରାପଦ ଏବଂ ସଫଳ ଅବତରଣ କାମନା କରୁଛୁ। ଏହାପୂର୍ବରୁ ଆପଣ ମଧ୍ୟ ଜାଣିଥିବେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚନ୍ଦ୍ରକୁ ଲୋକଙ୍କୁ ପଠାଇଥିଲେ। ଆମେ ସେତେବେଳେ ଛୋଟ ଥିଲୁ। ଯେତେବେଳେ ରାକେଶ ରୋଶନ ଚନ୍ଦ୍ରରେ ଅବତରଣ କଲେ, ସେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କୁ ପଚାରିଥିଲେ ଯେ ସେଠାରୁ ଭାରତ କିପରି ଦେଖାଯାଉଛି? ଏବଂ ସେ କହିଥିଲେ, ‘ସାରେ ଜାହାନ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା’।”ତେବେ ଦିଦି ମହାକାଶଚାରୀ ରାକେଶ ଶର୍ମାଙ୍କ ନାମ ନେବା ପରିବର୍ତ୍ତେ ରାକେଶ ରୋଶନ ବୋଲି କହିଦେଇଥିଲେ, ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି।

Exit mobile version