
ଭୁବନେଶ୍ୱର: ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହନ୍ତ | ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି | ଆଜି ଏ ନେଇ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି | ସେ କାହିଁକି ଇସ୍ତଫା ଦେଲେ ତାହା ଜଣ ପଡି ନ ଥିଲେ ହେଁ ଏହାକୁ ନେଇ ରାଜନୈତିକ ପରିବେଶ ସରଗରମ ହୋଇପଡିଛି | ଏହାପରେ ମମତାଙ୍କ ପରବର୍ତୀ କାର୍ଯ୍ୟକ୍ରମ କଣ ରହିବ ତାକୁ ନେଇ ମଧ୍ୟ ହିସାବ ନିକାସ ଚାଲିଛି |
ସୂଚନା ଥାଉ କି, ମମତା ୨୦୨୦ରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ସେ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଥିଲେ |