Site icon UTKAL PRATIDIN

ବର୍ଷାରେ ବେହାଲ ସ୍ୱାଭିମାନ ଅଞ୍ଚଳ, ଦୁଇ ଜିଲ୍ଲାରେ ସ୍କୁଲ ଛୁଟି

IMAGE_1725933895

ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବର୍ଷା ପ୍ରଭାବ ଜାରି ରହିଛି ।। ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ କୋରାପୁଟ ଏବଂ ରାୟଗଡାର ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁଁ ଡାକ୍ତରଖାନାରେ ପଶିଲା ପାଣି ।ସ୍ଵାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ପିଏଚ୍‌ସିରେ ପାଣି ପ୍ରବେଶ କରିଛି। ପାଣି ପଶିଯିବାରୁ ଡାକ୍ତରଖାନାରେ ଥିବା ଔଷଧ ଓ କାଗଜପତ୍ର ନଷ୍ଟ ହୋଇଯାଇଛି। ଜଳବନ୍ଦୀ ଭିତରେ ଡାକ୍ତରଖାନାରେ ରୋଗୀସେବା ଚାଲିଛି।

ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ମାଲକାନଗିରି ଏବଂ ଗଞ୍ଜାମରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତେବେ ସ୍କୁଲ ବନ୍ଦ ରହିଲେ ହେଁ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version