Site icon UTKAL PRATIDIN

ବିଜେଡି ନେତା ରାଜା ଚକ୍ରଙ୍କ ଘରେ ଇଓଡବ୍ଲ୍ୟୁ ଓ ଏସଟିଏଫର ମିଳିତ ଚଢ଼ାଉ

newproject-2025-03-03t143709-613-1740992835

ଭୁବନେଶ୍ଵର: କେନ୍ଦୁଝର ବିଜେଡି ନେତା ରାଜା ଚକ୍ର ମାମାଲାରେ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇଓଡବ୍ଲଲ୍ୟୁ ଓ ଏସଟିଏଫର ମିଳିତ ଚଢାଉ କରାଯାଇଛି । ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ ପଏଣ୍ଟରେ ରେଡ କରାଯାଇଛି ।  ସୁନ୍ଦରଗଡ , ସମ୍ବଲପୁର , କେନ୍ଦୁଝରରେ ଚଢାଉ ଚାଲିଛି । ବ୍‌ରହ୍ମପୁରର ଗୋପାଳପୁରରେ ମଧ୍ୟ ରେଡ କରିଛି ଇଓଡବ୍ଲ୍ୟୁ , ଏସଟିଏଫ ।

ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି ଯୁବ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମାରାଥନ୍ ଜେରା କରିଛି। ପାଖାପାଖି ୧୧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିବା ବେଳେ ଆସନ୍ତା ୫ ଓ ୬ ତାରିଖରେ ଅନ୍ୟ ତିନିଜଣ ସହଯୋଗୀ ଇଓଡବ୍ଲ୍ୟୁରେ ହାଜର ହେବେ ବୋଲି ଜଣାପଡ଼ିଛି।

ଅର୍ଥ ହେର୍‌ଫେର୍‌ର ପରିସୀମା ଅଧିକ ଏବଂ ଏହା ପଛରେ ବହୁ ବଡ଼ବଡ଼ିଆଙ୍କ ଲିଙ୍କ୍‌ ସାମନାକୁ ଆସିଛି। ମାମଲାର ଗମ୍ଭୀରତା ଦୃଷ୍ଟିରୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମେତ କେନ୍ଦ୍ରୀୟ ତଦନ୍ତ ଏଜେନ୍‌ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସୋମବାର ଇଡି ଓ ଆୟକର ଅଧିକାରୀମାନେ କ୍ରାଇମବ୍ରାଞ୍ଚଠାରୁ ମୂଳ ଏତଲା କପି ସମେତ ତଦନ୍ତ ସଂପର୍କିତ ସମସ୍ତ ଦସ୍ତାବିଜ୍‌ ସାଙ୍ଗରେ ନେଇଥିବା ଡିଆଇଜି ବାତୁଲ ଗଙ୍ଗାଧର ସୂଚନା ଦେଇଛନ୍ତି।

ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କି ଲିଙ୍କ୍‌ରେ ବଡ଼ବଡ଼ିଆଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ, ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ର ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍‌ ଗଠନ କରାଯାଇଛି। ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ରେ ସାମିଲ ହୋଇଥିବାରୁ ଆର୍ଥିକ କାରବାର ମାମଲାରେ ଜଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ଏସ୍‌ଟିଏଫ୍‌ର ଏକାଧିକ ଟିମ୍‌ ଡେରା ପକାଇ ରାଜା ଚକ୍ର ସଂପୃକ୍ତ ଥିବା କ୍ରସର୍‌ ୟୁନିଟ୍‌ ଏବଂ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରିଥିବା ସୂଚନା ମିଳିଛି।

Exit mobile version