Site icon UTKAL PRATIDIN

ରାହୁଲ ବିଜେପି ସହ ଲଢୁଛନ୍ତି ନା ଦେଶ ସହ

2

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଆମେରିକାରେ ମୁସଲିମ ଲିଗ ଉପରେ ଦେଇଥିବା ବୟାନକୁ ନେଇ ଦେଶରେ ବିବାଦ ତେଜିଛି । ରାହୁଲ ଗାନ୍ଧୀ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁସଲିମ ଲିଗକୁ ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷ ଦଳ ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି, ରାହଲ ଗାନ୍ଧୀ ଏବଂ କଂଗ୍ରେସ ସ୍ପଷ୍ଟ କରନ୍ତୁ ଯେ ତାଙ୍କର ଲଢେଇ ବିଜେପି ସହ ନା ଭାରତ ସହ ?

ମୋଦି ସରକାରରେ ଶିକ୍ଷ, କୌଶଳ ବିକାଶ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କହିଛନ୍ତି, ଦେଶ ବାହାରେ ଦେଶର ଅପମାନ କରିବା ରାହୁଲ ଗାନ୍ଧୀଙ୍କର ଅଭ୍ୟାସ ହୋଇଗଲାଣି । ସେ ଯେତେବେଳେ ବିଦେଶ ଯାଉଛନ୍ତି, ସେତେବେଳେ ଭାରତ ଏବଂ ଏଠିକାର ଲୋକତନ୍ତ୍ରକୁ ନୀଚା ଦେଖାଉଛନ୍ତି । ଏପରି ଏକ ସମୟରେ ରାହୁଲ ବିଦେଶ ମାଟିରେ ଭାରତକୁ ଦୁର୍ବଳ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାହୁଲ ଏବଂ କଂଗ୍ରେସର ଲଢେଇ ଯଦି ବିଜେପି ସହ ତେବେ ଦେଶ ଭିତରେ ଥିବା ମଞ୍ଚଳରେ ଖୁବ ଲଢନ୍ତୁ । କିନ୍ତୁ ଦେଶ ବାହାରେ ଦେଶର ବାରମ୍ବାର ଅପମାନିତ କରନ୍ତୁ ନାହିଁ । ଏପରି ବୟାନ ପାଇଁ ରାହୁଲ ଦେଶକୁ କ୍ଷମା ମାଗିବା ଉଚିତ । ଧର୍ମେନ୍ଦ୍ର ଆହୁରି କହିଛନ୍ତି,ରାହୁଲ ଗାନ୍ଧି କିଛି ଜାଣି ନାହାନ୍ତି । କୌଣସି କଥାକୁ ନ ବୁଝି ନ ଶୁଝି ବୟନାବାଜି ଦେଉଛନ୍ତି ।

Exit mobile version