Site icon UTKAL PRATIDIN

ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ: ହିମନ୍ତ ବିଶ୍ଵଶର୍ମା

135-1-1-380x214-1

ଆସାମ: ଲଗାତାର କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେ଼ଇ ଚାଲିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ କଥା ପହଞ୍ଚିଛି ରାହୁଲଙ୍କ ଗିରଫଦାରୀରେ।

ହିମନ୍ତ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ । ତାଙ୍କ କହିବା କଥା ଯେ, ଆସାମରେ ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଶେଷ ଭୂମିକା ରହିଛି। ରାହୁଲଙ୍କ ବିରୋଧରେ ଆମେ ଏଫ୍‌ଆଇଆର୍‌ କରିଛୁ। ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ରାହୁଲଙ୍କୁ ଏବେ ଗିରଫ କଲେ, ସେମାନେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବେ। କିଛି ମାସ ଭିତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶେଷ ହେବା ପରେ ଆମେ ତାଙ୍କୁ ଗିରଫ କରାଯିବ।

ଆସାମ ପୋଲିସ ମହାନିର୍ଦ୍ଦେଶକ ଜି.ପି. ସିଂ କହିଛନ୍ତି, ରାହୁଲଙ୍କ ମାମଲା ସିଆଇଡିକୁ ସ୍ଥାନାନ୍ତର କରାଯାଇଛି।

ଏସବୁ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ। ସେ କହିଛନ୍ତି, ହିମନ୍ତ ମୋ ବିରୋଧରେ ମାମଲା ରୁଜୁ କରିବା ବୁଦ୍ଧି କେଉଁଠୁ ପାଇଲେ, ତାହା ମୋତେ ଜଣାନାହିଁ। ଭାଜପା ଶାସିତ ଆସାମ ସରକାର ମୋ ବିରୋଧରେ ଯେତେ ଅଧିକ ସମ୍ଭବ ମାମଲା ରୁଜୁ କରନ୍ତୁ। ୨୫ ଏଫ୍‌ଆଇଆର୍‌ କଲେ ବି ଭୟଭୀତ ହେବାର ନାହିଁ।

ଉଲ୍ଲେଯୋଗ୍ୟ, କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା ଓ୍ବାୟନାଡ୍‌ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଗୌହାଟୀରେ ବ୍ୟାରିକେଡ୍‌ ଭାଙ୍ଗିବା ପାଇଁ ନିଜ ସମର୍ଥକମାନଙ୍କୁ କହିବାରୁ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଭାଜପା ଅଭିଯୋଗ ଆଣିଥିଲା। ଏଥିରେ ଉଭୟ ପୋଲିସ ଓ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି।

Exit mobile version