
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଚକ୍ରବ୍ୟୁହ ବୟାନକୁ ନେଇ ବିବାଦ ହଟୁନି | ରାହୁଲ ଗାନ୍ଧୀ ଏକ ପୋଷ୍ଟ କରି କହିଛନ୍ତି ସରକାର ତାଙ୍କ ବିରୋଧରେ ଇଡି ଛାପା ମାରିବାକୁ ପ୍ରସ୍ତୁତି କରୁଛି | ୱାଇନାଡା ଘଟଣାରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏପରି କାମ କରିବାକୁ ଯାଉଛି | ଶୁକ୍ରବାର ରାହୁଲ ଏମିତି ଏକ ପୋଷ୍ଟ କରି ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତ |
କେରଳ ୱାଇନାଡା ଘଟଣା ପରେ ରାହୁଲ ସେଠାରେ ପହଂଚିଥିଲେ | ସାଙ୍ଗରେ ଭଉଣୀ ପ୍ରିୟଙ୍କା ମଧ୍ୟ ଥିଲେ | ସେଠାରେ ପହଞ୍ଚିବା ପରେ ରାତି ୧.୫୨ଟାରେ ରାହୁଲ ଏକ ପୋଷ୍ଟ କରିଛନ୍ତି | ଏଥିରେ ଲେଖିଛନ୍ତି, ମୋର ଚକ୍ରବ୍ୟୁହ ଭାଷଣକୁ ଟୁ-ଇନ-ୱାନ ପସନ୍ଦ କଲେନି| ଇଡି ସୂତ୍ରରୁ ମୋତେ ଖବର ମିଳିଛି, ଇଡି ଛାପା ପାଇଁ ପ୍ରସ୍ତୁତି ଚାଲିଛି | ତେବେ ମୁଁ ଇଡ଼ିକୁ ହାତ ପ୍ରସାରି ଅପେକ୍ଷା କରିଛି | ଚାହା, ବିସ୍କୁଟ ଦେଇ ଆପ୍ୟାୟିତ କରିବି |
କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ପ୍ରଥମ ଥର ପାଇଁ ଦେଶର ଜଣେ ଯୁବ ନେତା ଦେଶର ଚାଷୀ, ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗରେ ଉଠାଉଛନ୍ତି | ଯୁବ ଗୋଷ୍ଠୀଙ୍କ ପ୍ରସଙ୍ଗ ଉଠାଉଛନ୍ତି | ଯେଉଁ ଚକ୍ରବ୍ୟୁହ ରଚନା କରାଯାଇଛି ତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି | ତେଣୁ ତାଙ୍କୁ ଡରୁଛନ୍ତି | ଭୟରେ ଇଡି ରେଡ କରାଉଛନ୍ତି |
ରାହୁଲଙ୍କୁ ଏହାର କଡା ଜବାବ ଦେଇଛି ବିଜେପି | ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ନିଜ ପାଟିରେ ସ୍ୱୀକାର କରିଛନ୍ତି ରାହୁଲ | ଇଡି ତ ଚୋରଙ୍କ ଘରେ ରେଡ କରେ, ଭ୍ରଷ୍ଟାଚାରୀଙ୍କ ଭରେ ରେଡ କରେ | ଯଦି ରାହୁଲଙ୍କୁ ଲାଗୁଛିବି କି ଯେ ସେ ଭ୍ରଷ୍ଟାଚାର କରିଛନ୍ତି ତେବେ ଇଡି ରେଡ ନିଶ୍ଚୟ କରିବ | ଯଦି ସେ ଭ୍ରଷ୍ଟାଚାର କରି ନାହାନ୍ତି ତେବେ ଇଡି ରେଡ କାହିଁକି କରିବ ? କାରଣ, ୱାଇନାଡାରେ କଂଗ୍ରେସ ଫେଲ ହୋଇଛି | କଂଗ୍ରେସର ନୀତି ବି ଫେଲ ହୋଇଛି |
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ଏହା ଅତ୍ୟନ୍ତ ଦ୍ୱର୍ଭାଗ୍ୟପୂର୍ଣ ଅଟେ ଯେ ରାହୁଲ ଗାନ୍ଧୀ ସାମ୍ବିଧାନିକ ପାଦରେ ଥାଇ ସଦନ ଭିତରେ ଏବଂ ସଦନ ବାହାରେ ମିଛ କହୁଛନ୍ତି | ଗିରିରାଜ ତାଙ୍କୁ କହିଛନ୍ତି, ମୁ ତାଙ୍କୁ ଚାଲେଞ୍ଜ ଦେଉଛି | ସେ କହିବେକି କେଉଁ ଅଧିକାରୀ ତାଙ୍କୁ ଫୋନ କରିଥିଲେ ?