Site icon UTKAL PRATIDIN

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ & ପ୍ରିୟଙ୍କା ଗାନ୍ଧୀ

images (1)

ଭୁବ‌ନେଶ୍ବର: ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ।ସେ କହିଛନ୍ତି, ନୂଆଦିଲ୍ଲୀରେ ଓଡ଼ିଶାର ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା ଗସ୍ତ ନେଇ ଆଲୋଚନା କରିଛନ୍ତି।

ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି। ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ। ଅକ୍ଟୋବର ଶେଷ ସପ୍ତାହରେ ରାହୁଲ ଓଡ଼ିଶା ଆସିବାକୁ ସହମତି ପ୍ରକାଶ କରିଛନ୍ତି। ତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ।

Exit mobile version