Site icon UTKAL PRATIDIN

ବିଧାନସଭାରେ ଚାଲିଛି ପାଣ୍ଡିଆନ ରାଜ୍: ଜୟନାରାୟଣ

1857548-bjpleaderjayanarayanmishraandbjdleaderpramillamallick

ଭୁବନେଶ୍ଵର: ବିଧାନସଭାରେ ବିସ୍ଫୋରକ ତଥ୍ୟ ରଖିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଗୃହକୁ କଣ ପାଣ୍ଡିଆନ ଚଳାଇବେ ବୋଲି ପ୍ରଶ୍ନ କଲେ ଜୟନାରାୟଣ। ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି କହିଛନ୍ତି ଜୟନାରାୟଣ । ବିଧାନସଭାରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦେଲେ ଜୟନାରାୟଣ । କହିଲେ ଏବେ ବି ବିଜେଡିରେ ଚାଲିଛି ପାଣ୍ଡିଆନଙ୍କ ରାଜ ।

ସିଧାସଳଖ ପଏଣ୍ଟ ଅଫ୍‌ ଅର୍ଡର ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ଜୟନାରାୟଣ ମିଶ୍ର । ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ ବିରୋଧୀ, ଆଲୋଚନା ଚାହୁଁଥିଲୁ । କିନ୍ତୁ କଣ ପାଇଁ ଗୃହକୁ କାଲିଠାରୁ ମୁଲତବି କରାଯାଉଛି । ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ । ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପ୍ରଶ୍ଵ କରିଛନ୍ତି ଜୟନାରାୟଣ । ଜୟନାରାୟଣ ଆହୁରି କହିଛନ୍ତି ଯେ, ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହ ବନ୍ଦ କରିଦିଆଯିବ । ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ଏବେ ପ୍ରତିଯୋଗିତା ଚାଲିଛି । ପାଣ୍ଡିଆନଙ୍କ କଥାରେ ଏବେ ବି ବସ ଉଠ ହେଉଛନ୍ତି ବିଜେଡି ନେତା । ପାଣ୍ଡିଆନଙ୍କ ପ୍ରିୟ ହେବା ପାଇଁ ଏବେ ବି ପ୍ରତିଯୋଗୀତା ଚାଲିଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ସେପଟେ ଜୟନାରାୟଣଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବରିଷ୍ଠ ସଦସ୍ୟ ଗୃହରେ ମନ ଗଢ଼ା କାହାଣୀ କହୁଛନ୍ତି । ଗୃହର ସଦସ୍ୟ ନଥିବା ଲୋକଙ୍କ ନାମ ବିବରଣୀରୁ ବାଦ ଦିଆଯାଉ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

Exit mobile version