କର୍ଣ୍ଣାଟକ କୋଲାର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁସାରେ, ୨୭ବର୍ଷିୟ ନବୀନ କୁମାର ଓ୧୮ ବର୍ଷୀୟ ଲିକିତାଙ୍କ ସହ ଅଗଷ୍ଟ ୭ରେ ବିବାହ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ଧୁମ୍ ଧାମରେ ବାହାଘର ସରିଥିଲା।ହେଲେ କିଛି ଘଣ୍ଟା ପରେ ଚିତ୍ର ସମ୍ପୂର୍ଣ ବଦଳିଯାଇଥିଲା ।ଉଭୟ ଖୁସି ଥିବା ମଧ୍ୟ ଜଣାପଡୁଥିଲା। ଏହାପରେ ଉଭୟ ଏକ ସମ୍ପର୍କୀୟଙ୍କ ଘରକୁ ଚା’ ପିଇବାକୁ ମଧ୍ୟ ଯାଇଥିଲେ ।କିନ୍ତୁ କିଛି କାରଣ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ରାଗିଯାଇ ନବୀନଙ୍କୁ ଦାରେ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ।
ସେମାନଙ୍କୁ ଉଦ୍ଧର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଙ୍କିତାଙ୍କ ମୃତ ଘୋଷଣା କରିଥିଲେ ଏବଂ ନବୀନଙ୍କ ଅବସ୍ଥା ଗୁରୁତର ଅଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏଁ ପାଟିତୁଣ୍ଡର କାରଣ କଣ ଥିଲା ସ୍ପଷ୍ଟ ସୂଚନା ମିଳିନାହିଁ ।