Site icon UTKAL PRATIDIN

ଆରମ୍ଭ ହେଲା ରତ୍ନଭଣ୍ଡାର ସର୍ଭେ, ବନ୍ଦ ରହିବ ସାଧାରଣ ଦର୍ଶନ

IMAGE_1726884216

ଏଏସଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଠାରୁ ତିନି ଦିନ ଧରି ରତ୍ନଭଣ୍ଡାର ସର୍ଭେ ଆରମ୍ଭ ହେବ ।ପ୍ରତ୍ୟେକ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ସର୍ଭେ ହେବ । ଏହି ସମୟରେ ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା ୨୪ ତାରିଖ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ।

ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଓ ଗୁପ୍ତ ଧନ ଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାର ଏହାର ସତ୍ୟାସତ୍ୟ ଜାଣିବାକୁ ଅତ୍ୟାଧୁନିକ ବୈଷୟିକ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ଚୂଡ଼ାନ୍ତ ରିପୋର୍ଟ ସମ୍ପର୍କରେ ଜାଣିବାକୁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ବଢ଼ିଛି ।

ସେପଟେ ୨୧ ଓ ୨୨ ତାରିଖ ଶନିବାର ଏବଂ ରବିବାର ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଶ୍ରୀମନ୍ଦିରରେ ବଢ଼ିବାର ସମ୍ଭାବନା ରହିଛି । ଦିନ ୧ଟା ପରଠାରୁ ଅନିର୍ଦ୍ଦିଷ୍ଟ ସମୟ ସାଧାରଣ ଦର୍ଶନ ବନ୍ଦ ରହିବାକୁ ଥିବାରୁ ଶ୍ରଦ୍ଧାଳୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ ହେବେ । ସେମାନେ ପତିତପାବନଙ୍କୁ ଦର୍ଶନ କରିପାରିବେ ଓ ମହାପ୍ରସାଦ ନେଇପାରିବେ।

Exit mobile version